ରାଉରକେଲା: ଟିଡି ଟୀକା ନେଇ ଛାତ୍ରର ମୃତ୍ୟୁ ଅଭିଯୋଗ ଆସିବା ପରେ ରାଉରକେଲା ସମେତ ସୁନ୍ଦରଗଡ ଜିଲ୍ଲାରେ ଟିଡି ଟିକାକରଣ ଅଭିଯାନକୁ ବନ୍ଦ କରାଯାଇଛି । ମୃତ ଛାତ୍ର କଲ୍ୟାଣି ରାଏ କଲୋନୀର ସୁମନଜିତ୍ ପ୍ରଧାନ । ଗତକାଲି ରାଉରକେଲା ଆଇଜିଏଚ୍ରେ ଉକ୍ତ ଛାତ୍ରର ମୃତ୍ୟୁ ହୋଇଛି ।
ସୂଚନାନୁସାରେ, ସୁମନଜିତ୍ ରାଉରକେଲା ସେକ୍ଟର 6 ସ୍ଥିତ ମହିମା ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀର ଛାତ୍ର । ଗତକାଲି ଅଙ୍ଗନବାଡି ପକ୍ଷରୁ ସ୍କୁଲରେ ଟିଡି ଟୀକା ଦିଆଯାଇଥିଲା । ସୁମନଜିତ୍ ମଧ୍ୟ ଏହି ଟୀକା ନେଇଥିଲା । ମାତ୍ର ଟୀକା ନେଇ ଘରକୁ ଯିବା ପରେ ତା ଅବସ୍ଥା ଗୁରୁତର ହୋଇଥିଲା । ଚିକିତ୍ସା ପାଇଁ ତାକୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାର ମୃତ୍ୟୁ ଘଟିଥିଲା । ସେ ଟୀକା ନେବା ପରେ ତାଙ୍କ ପୁଅର ମୃତ୍ୟୁ ହୋଇଛି ବୋଲି ସୁକାନ୍ତ ପ୍ରଧାନ ଅଭିଯୋଗ କରିଥିଲେ । ଏହା ପରେ ସହରରେ ଟୀକାକରଣ ଅଭିଯାନକୁ ବନ୍ଦ କରିବାକୁ ନିଶ୍ପତ୍ତି ହୋଇଥିଲା ।
ସେପଟେ ଘଟଣାର ତଦନ୍ତ ପାଇଁ ଭୁବନେଶ୍ବରରୁ ଆଜି ଏକ ଟିମ୍ ଆସି ତଦନ୍ତ କରିଛି । ସେପଟେ ଛାତ୍ରର ମୃତ୍ୟୁର ନ୍ୟାୟ ଦାବି କରି ଅଭିଭାବକମାନେ ସ୍କୁଲ ସମ୍ମୁଖରେ ସ୍ବର ଉତ୍ତୋଳନ କରିଥିଲେ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ