ETV Bharat / city

କୋରୋନାକୁ ମାତ୍ ଦେବାକୁ ରାଉରକେଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ

author img

By

Published : Sep 1, 2020, 7:03 PM IST

କୋରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ଅନେକ ପ୍ରଭାବୀ ପଦକ୍ଷେପ ନେଉଛନ୍ତି। ରାଉରକେଲାରେ ଆଜିଠାରୁ ସେରୋଲଜିକାଲ୍ ସର୍ଭେ ଆରମ୍ଭ ହୋଇଛି । ତେବେ କ୍ଲଷ୍ଟର ଅନୁଯାୟୀ ସର୍ଭେ କରାଯାଉଛି। ଏଥିପାଇଁ ୧୭ ଜଣିଆ ଟିମ୍‌ ଗଠିତ ହୋଇଛି ।

କୋରୋନାକୁ ମାତ୍ ଦେବାକୁ ରାଉରକେଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ
କୋରୋନାକୁ ମାତ୍ ଦେବାକୁ ରାଉରକେଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ

ରାଉରକେଲା: କୋରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ଅନେକ ପ୍ରଭାବୀ ପଦକ୍ଷେପ ନେଉଛନ୍ତି। ରାଉରକେଲାରେ ଆଜିଠାରୁ ସେରୋଲଜିକାଲ୍ ସର୍ଭେ ଆରମ୍ଭ ହୋଇଛି । ରାଉରକେଲା ମହାନଗର ନିଗମ ସହଯୋଗରେ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର, ଭୁବନେଶ୍ୱର ଏହି ସର୍ଭେ କରୁଥିବା ବେଳେ ଏହା ୫ ଦିନ ଧରି ଚାଲିବ।

ତେବେ କ୍ଲଷ୍ଟର ଅନୁଯାୟୀ ସର୍ଭେ କରାଯାଉଛି। ଏଥିପାଇଁ ୧୭ ଜଣିଆ ଟିମ୍‌ ଗଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୫୦୦ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଉରକେଲାର ବସ୍ତି ଓ ହଟ୍‌ସ୍ପଟ ଅଞ୍ଚଳରୁ ନମୁନା ସଂଗ୍ରହ କରାଯିବ ।

କମ୍ୟୁନିଟି ସଦସ୍ୟଙ୍କ ନମୁନା ସଂଗ୍ରହ ହେବ। ବିଭିନ୍ନ ୱାର୍ଡ, ଭେଣ୍ଡିଙ୍ଗ ଜୋନ, ଡ଼ାକ୍ତରଖାନା, ମଣ୍ଡଳ କାରାଗାର, ପୋଲିସ କର୍ମୀ, ମହାନଗର ନିଗମ ଆଦି ବିଭିନ୍ନ ବର୍ଗ ତଥା ସ୍ଥାନରୁ ମଧ୍ୟ ରକ୍ତ ନମୁନା ସଂଗ୍ରହ କରାଯିବ ।

ଅଧିକ ସଂକ୍ରମିତ ଆଶଙ୍କା ଥିବା ବ୍ୟକ୍ତିଙ୍କ ଠାରୁ ବି ନମୁନା ସଂଗ୍ରହ କରାଯିବ । ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କର ରୋଗ ପ୍ରତିରୋଧକ ସ୍ଥିତି ଓ ଅତିଶୟ ବିପଦ ସମ୍ପନ୍ନ ଗୋଷ୍ଠୀର ସ୍ବାସ୍ଥ୍ୟ ଅଵସ୍ଥା ଜାଣିବା ପାଇଁ ସେରୋ ସର୍ଭିଲାନ୍ସ ଆରମ୍ଭ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.