ETV Bharat / city

ବ୍ୟକ୍ତିଙ୍କୁ ଲଣ୍ଡା କରି ଚପଲରେ ମାଡ ମାରିବା ଘଟଣା, ୩ ଅଟକ - ଚପଲରେ ମାଡ ମାରିବା ଘଟଣା

ଟାଙ୍ଗରପାଲି ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଲଣ୍ଡା କରି ଚପଲରେ ମାଡ ମାରିବା ଓ ଖରାପ ଭାଷାରେ ଗାଳିଗୁଲଜ କରିଥିବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଧିକ ପଢନ୍ତୁ...

ବ୍ୟକ୍ତିଙ୍କୁ ଲଣ୍ଡା କରିବା ସହିତ ଚପଲରେ ମାଡ ମାରିବା ଘଟଣା

author img

By

Published : Oct 22, 2021, 9:22 AM IST

ସୁନ୍ଦରଗଡ: ଜିଲ୍ଲା ଟାଙ୍ଗରପାଲି ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଲଣ୍ଡା କରି ଚପଲରେ ମାଡ ମାରିବା ଓ ଖରାପ ଭାଷାରେ ଗାଳିଗୁଲଜ କରିଥିବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହା ଏକ ସାମାଜିକ ଅପରାଧ । ପୋଲିସ ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ତିନି ଜଣଙ୍କୁ ଅଟକ ରଖିଛି ।

ବ୍ୟକ୍ତିଙ୍କୁ ଲଣ୍ଡା କରିବା ସହିତ ଚପଲରେ ମାଡ ମାରିବା ଘଟଣା, ୩ ଅଟକ

ସୂଚନାଅନୁସାରେ, ଟାଙ୍ଗରିପାଲ ଥାନା ଅଞ୍ଚଳରେ ଜଣ ବ୍ୟକ୍ତିଙ୍କୁ ଚୋର କହି କିଛି ଲୋକ ତାଙ୍କୁ ଲଣ୍ଡା କରିଥିଲେ । ଖାଲି ସେତିକି ନୁହେଁ ତାଙ୍କୁ ଚପଲରେ ମାଡ ମଧ୍ୟ ମାରିବା ସହିତ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା । କିଛି ଲୋକ ଏପରି କରି ଆଇନକୁ ହାତକୁ ନେଇଛନ୍ତି । ଏହା ଏକ ସାମାଜିକ ଅପରାଧ ବୋଲି କହିଛନ୍ତି ରାଉରକେଲା ଏସପି ମୁକେଶ କୁମାର ଭାମୋ।

ଯେଉଁମାନେ ଏପରି ଜଘନ୍ୟ କାଣ୍ଡରେ ଜଡିତ ଅଛନ୍ତି ସେମାନଙ୍କ ଉପରେ ଆଇନ ଆନୁଯାୟୀ ସମସ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଯିଏ ଏପରି ଭିଡିଓ ଭାଇରାଲ କରିଛି ତାଙ୍କ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି । ଏ ଘଟଣାରୁ ଗୁରୁତ୍ବପୂର୍ଣ୍ଣ ଯାଞ୍ଚ କରିଛୁ । ଏବେ ସୁଦ୍ଧା ତିନିଜଣଙ୍କୁ ଅଟକ ରଖାଯାଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.