ETV Bharat / city

ରେଲୱେ ପୋଲିସ ହାତରେ 3 ଲୁଟେରା, 2କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ - ରେଳବାଇ ପୋଲିସ

ଯାତ୍ରୀ ଭାବରେ ଟ୍ରେନରେ ଚଢୁଥିଲେ । କେହି କିଛି ଜାଣିବା ଆଗକୁ ଅଭିନବ ଉପାୟରେ ଲୁଟ କରୁଥିଲେ । ରାଉରକେଲା ରେଲୱେ ପୋଲିସ 3 ଲୁଟେରାକୁ ଗିରଫ କରିଛି । ସେମାନଙ୍କ ନିକଟରୁ 2କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Mar 23, 2019, 11:42 PM IST

ରାଉରକେଲା: ରେଲୱେ ପୋଲିସକୁ ବଡ ସଫଳତା । ପର୍ଦ୍ଦାଫାଶ ହେଲା ଏକ ଲୁଟେରା ଗ୍ୟାଙ୍ଗ । ତା ସହ ଜବତ ହୋଇଛି 2କୋଟିରୁ ଊର୍ଦ୍ଧ୍ବ ଟଙ୍କା । ଗ୍ୟାଙ୍ଗରେ ସମ୍ପୃକ୍ତ ଥିବା 3 ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏମାନେ ବଡ ସର୍ତକତା ସହ ଟ୍ରେନରେ ଯାତ୍ରୀଙ୍କ ଠାରୁ ଟଙ୍କା ଲୁଟୁ ଥିବା ଅଭିଯୋଗ ହୋଇଥିଲା ।

ଭିଡିଓସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଗିରଫ ଅଭିଯୁକ୍ତମାନେ ହେଲେ, ପାଟଣାର ସଞ୍ଜୟ କୁମାର ଗୁପ୍ତା, ସୁନୀଲ କୁମାର ଗୁପ୍ତା ଓ ରାଞ୍ଚିର ରାଜନ ଶ୍ରୀବାସ୍ତବ । ଏମାନଙ୍କ ନିକଟରୁ 2 କୋଟି 23 ଲକ୍ଷ ଟଙ୍କା ସହ 17ଟି ରେଳ ଟିକେଟ୍‌ ଓ ଚେନ୍‌ କଟର ଜବତ ହୋଇଛି । ଏହି ଲୁଟେରାମାନେ ଯାତ୍ରୀଙ୍କୁ ଟାର୍ଗେଟ୍‌ କରିଥାନ୍ତି । ପରେ ଟଙ୍କା ନେଇ ଅତି ସତର୍କତା ସହସେଠାରୁ ଚମ୍ପଟ୍ ମାରନ୍ତି ।

ପୂର୍ବରୁ ଗୌରବ କୁମାର ହାବଡା ନାମକ ଏକ ଯାତ୍ରୀ ଟଙ୍କା ଚୋରି ହୋଇଥିବା ନେଇ ଏତଲା ଦେଇଥିଲେ । ପୋଲିସ ତାଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ଆରପିଏଫର ସହାୟତାରେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.