ETV Bharat / city

ଅବ୍ୟବସ୍ଥା ଘେରରେ ଷ୍ଟିଲ ସିଟିର ମଡେଲ ଷ୍ଟେସନ

ରାଉରକେଲା ଷ୍ଟେସନ ପରିସରରେ ଦୀର୍ଘ ଦିନ ଧରି ଲାଗି ରହିଛି ଅନିୟମିତତା । ସ୍ମାର୍ଟ ସିଟିର ଏହା ମଡେଲ ଷ୍ଟେସନ ସିନା କିନ୍ତୁ ଏହାର ବ୍ୟବସ୍ଥା ଏକ ଛୋଟ ଷ୍ଟେସନଠାରୁ ବି ହୀନ।

author img

By

Published : Jun 12, 2019, 12:15 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

ରାଉରକେଲା: ରାଉରକେଲା ଷ୍ଟେସନ ପରିସରରେ ଦୀର୍ଘ ଦିନ ଧରି ଲାଗି ରହିଛି ଅନିୟମିତତା । ସ୍ମାର୍ଟ ସିଟିର ଏହା ମଡେଲ ଷ୍ଟେସନ ସିନା କିନ୍ତୁ ଏକ ଛୋଟ ଷ୍ଟେସନ ଭଳି ଲୋକ ନାହିଁନଥିବା ହଇରାଣ ହେଉଛନ୍ତି । ଷ୍ଟେସନ ପରିସରରେ ପାର୍କିଂ ବ୍ୟବସ୍ଥା ସମ୍ପୂର୍ଣ ଭାବରେ ଭୁଶୁଡି ପଡ଼ୁଛି । ଯେଉଁ କାରଣରୁ ଷ୍ଟେସନ ପରିସରରେ ଅଯଥା ଭିଡ ଜମି ରହୁଛି । ଯଦି କୌଣସି ଅଘଟଣ ଘଟେ ତେବେ ଏହା ମଧ୍ୟକୁ ଫାୟାର ବିଗ୍ରେଡ ପଶିବା ମଧ୍ୟ ଏକ ଚ୍ୟାଲେଞ୍ଜ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

କିଛିଦିନ ପୂର୍ବରୁ ଷ୍ଟେସନ ପରିସରରେ ପ୍ରି-ପେଡ ଅଟୋ ସେବା ଆରମ୍ଭ କରାଯାଇଥିଲା । ଯାହା ଯାତ୍ରୀଙ୍କୁ ସୁରକ୍ଷା ଦେବା ସହ ଠକାମିରୁ ଲୋକଙ୍କୁ ବଞ୍ଚାଉଥିଲା । କିନ୍ତୁ ଏବେ ପ୍ରିପେଡ ସେବା ବନ୍ଦ ହେବା ଯୋଗୁଁ ଯାତ୍ରୀମାନେ ଠକାମିର ଶିକାର ହେଉଛନ୍ତି ।

ଷ୍ଟେସନରେ ପ୍ରବେଶ ତଥା ବାହାରିବା ପାଇଁ ଅଲଗା ବାଟ ରହିଛି କିନ୍ତୁ ପୋଲିସ ତଥା ଆରପିଏଫ ଏହାକୁ କାର୍ଯ୍ୟକାରୀ କରିପାରୁନ ଥିବାରୁ ସବୁ ସମୟରେ ଦୁର୍ଘଟଣାର ସମ୍ଭାବନା ଦେଖାଯାଉଛି । ତେଣୁ ଷ୍ଟେସନ ପରିସର ଅନିୟମିତତାକୁ ଦୂର କରିବା ପାଇଁ ଜିଲ୍ଲା ତଥା ରେଳ ପ୍ରଶାସନ ମିଶି ସ୍ମାର୍ଟ ସିଟିର ଏହି ମଡେଲ ଷ୍ଟେସନ ଭଳି ଠିକ କରିବା ଦିଗରେ ଗୁରୁତ୍ବ ଦେବା ଆବଶ୍ୟକ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.