ରାଉରକେଲା: ବନ୍ଧମୁଣ୍ଡାର ଚର୍ଚ୍ଚିତ ଲଭ-ସେକ୍ସ-ଧୋକା ଘଟଣାରେ 2 ଗିରଫ । ଅଭିଯୁକ୍ତ ସୁନିଲ ରାଜ୍ ଓ ତରୁଣକୁ ଗିରଫ କରିଛି ପୋଲିସ । ଗିରଫ ପରେ ଉଭୟଙ୍କୁ ଡାକ୍ତରମାଇନା ପାଇଁ ପଠାଇଛି ପୋଲିସ ।
ସୂଚନା ଅନୁଯାୟୀ, ବନ୍ଧମୁଣ୍ଡାର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ସୁନିଲ । ବିବାହ ପ୍ରତିଶୃତି ଦେଇ ତାଙ୍କ ସହ ବାରମ୍ବାର ଶାରିରୀକ ସମ୍ପର୍କ କରିଥିଲେ । ଏହି ଘଟଣା ସମ୍ପର୍କ ଜାଣିପାରିଥିଲେ ସୁନିଲଙ୍କ ସାଙ୍ଗ ତରୁଣ । ଏନେଇ ସେ ଯୁବତୀଙ୍କୁ ବ୍ଲାକମେଲିଙ୍ଗ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ଉଭୟ ଆଉ ଧରାଛୁଆଁ ଦେଇନଥିଲେ । ଚାରିଆଡୁ ନିରାଶ ହେବା ପରେ ପୋଲିସର ଦ୍ବାରସ୍ଥ ହୋଇଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ କରି ଉଭୟଙ୍କୁ ଗିରଫ କରିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ