ETV Bharat / city

ମୃତଦେହ ରାସ୍ତାରେ ରଖି ଟାୟାର ଜାଳିଲେ ଉତ୍ତ୍ୟକ୍ତ ଲୋକେ - sundargarh

ରାଉରକେଲାରେ ସଡକ ଦୁର୍ଘଟଣାରେ ଯୁବକ ମୃତ । ଘଟଣାରେ ଦୀର୍ଘ ସମୟ ଧରି ଟାୟାର ଜାଳି ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jul 10, 2019, 10:19 PM IST

ରାଉରକେଲା: ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୁରଞ୍ଜନ ପଟ୍ଟନାୟକଙ୍କ ମୃତଦେହ ରାସ୍ତାରେ ରଖି ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ । ରାଉରକେଲା ସହରର ଟେଲିଫୋନ ଭବନ ଛକରେ ଶତାଧିକ ଯୁବକ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି । ଉଭୟ ପାର୍ଶ୍ବରେ ଗାଡିମୋଟର ଜାମ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନାମୁତାବକ, ଦୁଇ ଦିନ ତଳେ ଏକ ବୁଲେଟ ଧକ୍କାରେ ସୁରଞ୍ଜନ ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ଆଇଜିଏଚ ଓ ପରେ ଭୁବନେଶ୍ୱର ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ଉତ୍ତ୍ୟକ୍ତ ଯୁବକ ମାନେ କ୍ଷତିପୂରଣ ଦାବି ପାଇଁ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପରେ ପୋଲିସ ପହଞ୍ଚି ରେଡ଼କ୍ରସରୁ କ୍ଷତି ପୂରଣ ଦେବା ପରେ ରାସ୍ତାରୋକ ହଟିଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ଶତାଧିକ ଯୁବକ ମାନେ ଆଜି ଟେଲିଫୋନ ଭବନ ଛକ ରେ ଦୁର୍ଘଟଣା ରେ ମୃତ ସୁରଞ୍ଜନ ପଟନାୟକ ଙ୍କ ଶବ କୁ ମଝି ରାସ୍ତା ରେ ରଖି ଛକ ଜମି କରି ଦେଇ ଥିଲେ। ଲୋକ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇ ଥିଲେ। ଉଗ୍ର ଲୋକ ମାନେ ଟାୟାର ପୋଡ଼ି ଥିଲେ।ପୋଲିସ ଉତାକ୍ତ ଲୋକଙ୍କୁ ବୁଝାଇବା ପାଇଁ ପ୍ରୟାସ କାଟି ଥିଲେ କିନ୍ତୁ ବହୁତ ସମୟ ଧରି ରାସ୍ତା ସମ୍ପୂର୍ଣ ଭାବରେ ଜମି ରହି ଥିଲା

Body:ଦୁଇ ଦିନ ତଳେ ଏକ ବୁଲେଟଧକ୍କା ରେ ଏହି ଯୁବକ ଆହତ ହୋଇ ଥିଲା। IGH ରେ ଚିକିତ୍ସା ପରେ ତାକୁ ଭୁବନେଶ୍ୱର ନେଇ ଥିଲେ।କିନ୍ତୁ ତାର ମୃତ୍ୟୁ ହୋଇ ଥିଲା।ପୋଲିସ ରେଡ଼କ୍ରୋସ ରୁ ସହାୟତା ଦିଲାଇବା ପରେ ଯୁବକ ମାନେ ଅଧିକ ସହାୟତା ଦାବି କରି ଥିଲେ।

Conclusion:ବାଇଟ-ମୃତକ ର ସମ୍ପର୍କୀୟ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.