ରାଉରକେଲା: ପୁଅ ପାଇଁ ରାତି ସାରା ରଘୁନାଥପଲ୍ଲୀ ଥାନାରେ ଧାରଣା ଦେଇ ମଙ୍ଗଳବାର ଧାରଣାରୁ ଉଠିଛନ୍ତି ବିରମିତ୍ରପୁର ବିଧାୟକ ଶଙ୍କର ଓରାମ । ତାଙ୍କ ପୁଅ ସହିତ ଅନ୍ୟ ଯୁବକଙ୍କୁ ମାଡ଼ ମାରିଥିବା ପୋଲିସ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଆଶ୍ବାସନା ପରେ ସେ ଏହି ଧାରଣାରୁ ନିବୃତ୍ତ ହୋଇଛନ୍ତି ।
ତେବେ ପୋଲିସର ଭୂମିକାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ‘5ଟି’ ସଚିବ, ମୁଖ୍ୟମନ୍ତ୍ରୀ ତଥା ପୋଲିସ ମହାନିର୍ଦ୍ଦେଶକଙ୍କୁ ଏନେଇ ସେ ଏକ ମେଲ୍ ପଠାଇବା ସହ ପୋଲିସ କାର୍ଯ୍ୟପ୍ରଣାଳୀ ନେଇ ସୂଚନା ଦେବା ପରେ ମଧ୍ୟ ଏସ୍ପି ତାଙ୍କ ସହିତ କଥା ହେଉନଥିବା ସେ ଅଭିଯୋଗ କରିଛନ୍ତି । ତେବେ ସେ ଆଦିବାସୀ ବିଧାୟକ ବୋଲି ପୋଲିସ ତାଙ୍କ ସହ ଏଭଳି ବ୍ୟବହାର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଏହାସହ ସେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଏହାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ