ରାଉରକେଲା: ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ । ସୁନ୍ଦରଗଡ଼ର ଉଜ୍ଜଳପୁର ଫରେଷ୍ଟ ରେଞ୍ଜର କିଞ୍ଜିରକେଲା ସେକ୍ସନ ଦେଓଭୁବନପୁର ଗାଁରେ ଏହି ଘଟଣା ଘଟିଛି । ବିଳମ୍ବିତ ରାତିରେ ଏକ ହାତୀ ବାହାରେ ଶୋଇଥିବା ଜଣେ ବୃଦ୍ଧଙ୍କୁ ଦଳି ମାରିଦେଇଛି । ଏହାସହ ୫ଟି ଘର ମଧ୍ୟ ଭାଙ୍ଗିଥିବା ଜଣାପଡିଛି ।
ଗତକାଲି ସନ୍ଧ୍ୟାରେ ବିଶ୍ଵକର୍ମା ପୂଜା ପରେ ଅତ୍ୟଧିକ ମଦ୍ୟପାନ କରି ଗାଁର ୭୦ ବର୍ଷ ବୟସ୍କା ଧରୋ ବାର୍ଲା ଘର ବାହାରେ ହିଁ ଶୋଇପଡିଥିଲେ । ଏହି ସମୟରେ ଦନ୍ତା ଆସି ତାଙ୍କୁ ଆକ୍ରମଣ କରିଥିଲା ।
ତେବେ ପାଟ୍ରୋଲିଂ କରୁଥିବା ବନବିଭାଗ କର୍ମଚାରୀ ଖବର ପାଇ ସେଠାରେ ପହଁଚି ହାତୀଟିକୁ ଘଉଡାଇବାରେ ସଫଳ ହୋଇଥିଲେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ