ETV Bharat / city

ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା: ବଡବାବୁଙ୍କ ସମେତ 6 ଜଣଙ୍କ ନାଁରେ ଏତଲା - ବିରମିତ୍ରପୁରନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା

ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ DCPO ଶ୍ରୀବନ୍ତ ଜେନା ରାଏବଗା ଥାନାରେ ଏକ ଏତଲା ଦେଇଛନ୍ତି ।

rourkela
ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା
author img

By

Published : Jun 24, 2020, 8:05 PM IST

Updated : Jun 24, 2020, 8:13 PM IST

ରାଉରକେଲା: ବିରମିତ୍ରପୁର ଥାନା ପରିସରରେ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା । ଏହି ଘଟଣାରେ DCPO ଶ୍ରୀବନ୍ତ ଜେନା ରାଏବଗା ଥାନାରେ ଏକ ଏତଲା ଦେଇଛନ୍ତି । ଏତଲାରେ 6 ଜଣଙ୍କ ନାଁରେ ଏତଲା ଦିଆଯାଇ ଥିବାବେଳେ ବୁଧବାର ସୁନ୍ଦରଗଡ଼ ଏସପି ସୌମ୍ୟ ମିଶ୍ର ବିରମିତ୍ରପୁର ଥାନା ପରିଦର୍ଶନ ପରେ ବିଶ୍ରା ଯାଇ ନାବାଳିକାକୁ ପଚରାଉଚରା କରିଛନ୍ତି ।

ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା

ତେବେ ଦିଆଯାଇଥିବା ଏହି ଏତଲାରେ ଥାନାର ବଡବାବୁ, ଥାନା କର୍ମଚାରୀ, ଗର୍ଭପାତ କରାଇଥିବା ଡାକ୍ତରଙ୍କ ସମେତ ନାବାଳିକାର ସାବତ ବାପା ଓ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ଏହାକୁ ନେଇ ପୋଲିସ IPC ର ଧାରା ଓ ପୋକ୍ସୋ ଆକ୍ଟ ଅନୁସାରେ ଏକ ମାମଲା ରୁଜୁ କରିଛି । ଏମାନଙ୍କ ମଧ୍ୟରୁ ନାବାଳିକାର ଜଣେ ପ୍ରେମିକକୁ ପୋଲିସ ଅଟକ ରଖିଥିବା ଜଣାପଡିଛି । ତେବେ ନାବାଳିକାର ଅଭିଯୁକ୍ତ ସାବତ ବାପା ଦିଲ୍ଲୀରେ ରହୁଥିବାବେଳେ ଅନ୍ୟଜଣେ ଅଭିଯୁକ୍ତ ମୁମ୍ବାଇରେ ରହୁଥିବା ଜଣାପଡିଛି । ତେବେ ଏବେ ବଡବାବୁ ଓ ପୋଲିସ କର୍ମଚାରୀ ଓ ଡାକ୍ତରଙ୍କୁ ଚିହ୍ନିବା ବାକି ରହିଛି ।

ତେବେ ଏଭଳି ଘଟଣାରେ ଏହି ଜଘଣ୍ୟ କାଣ୍ଡ ଘଟାଇଥିବା ଓ ଏହି ଅପରାଧରେ ସାଥ ଦେଇଥିବା ଦୁଇ ପୋଲିସ କର୍ମଚାରୀ ଥିବାରୁ ଏନେଇ ପୋଲିସ ପକ୍ଷରୁ ଉଚ୍ଚ ତଦନ୍ତ ଜାରି ରଖିଛି । ଯିଏ ଦୋଷୀ ତାଙ୍କୁ ଦଣ୍ଡ ଦିଆଯିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁନ୍ଦରଗଡ଼ ଏସପି କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Jun 24, 2020, 8:13 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.