ETV Bharat / city

ହୋଟେଲ ରୁମରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - room

ରାଉରକେଲାର ଏକ ହୋଟେଲ ରୁମରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ରାଉରକେଲା
author img

By

Published : May 15, 2019, 3:29 PM IST

ରାଉରକେଲା: ଏକ ହୋଟେଲ ରୁମରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ପାନପୋଷ ରୋଡ଼ରେ ଥିବା ଏକ ହୋଟେଲର 105 ନମ୍ବର ରୁମରେ । ତେବେ ମୃତ ଯୁବକ ଜଣଙ୍କ କେନ୍ଦ୍ରାପଡାର ରାକେଶ କୁମାର ଦାସ ବୋଲି ଜଣାପଡିଛି । ତେବେ ଯୁବକଙ୍କ ଶବ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ । ରଘୁନାଥପଲ୍ଲୀ ପୋଲିସ ଉଦ୍ଧାର କରିଛି। ମଙ୍ଗଳବାର ଯୁବକର ଝୁଲନ୍ତା ଶବ ହୋଟେଲରେ ମିଳିଥିଲା।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ରାଉରକେଲା

ସୂଚନା ଅନୁଯାୟୀ, ରାକେଶ ମେ 12ରେ ଦିଲ୍ଲୀରୁ ଆସି ହୋଟେଲରେ ରହୁଥିଲେ । ତେବେ ମଙ୍ଗଳବାର 11ଟା ପର୍ଯ୍ୟନ୍ତ ସେ ରୁମରୁ ନ ବାହାରିବାରୁ ହୋଟେଲ କର୍ତ୍ତୃପକ୍ଷ ରୁମକୁ କଲ୍ କରିଥିଲେ । କିନ୍ତୁ କୌଣସି ଉତ୍ତର ନମିଳିବାରୁ ହୋଟେଲ କର୍ତ୍ତୃପକ୍ଷ ତାଙ୍କ ରୁମ ଝରକାର ପରଦା ଏଡାଇ ଦେଖିବା ପରେ ତାଙ୍କୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ହୋଟେଲ ରୁମକୁ ସିଲ କରିଥିଲେ । ଏହାପରେ ରାକେଶଙ୍କ ଘର ଲୋକଙ୍କୁ ଖବର ଦେଇଥିଲୋ। ତେବେ ବୁଧବାର ତାଙ୍କ ସମ୍ପର୍କୀୟମାନଙ୍କ ଉପସ୍ଥିତିରେ ପୋଲିସ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ଏପଟେ ରାକେଶଙ୍କ ଆତ୍ମହତ୍ୟାକୁ ନେଇ ପରିବାର ଲୋକ ବିଶେଷ କିଛି ସୂଚନା ଦେଇନଥିଲେ । କିନ୍ତୁ ତାଙ୍କ କହିବା ଅନୁଯାୟୀ ରାକେଶ ଦିଲ୍ଲୀରୁ ଆସିବା ପରେ ପ୍ରଥମେ କଟକ ଆସିଥିଲେ । ଏହାପରେ ରାଉରକେଲା ଯିବାପରେ ତାଙ୍କ ଫୋନ ବନ୍ଦ ହୋଇ ଯାଇଥିଲା । ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ତଦନ୍ତରୁ ଜଣାପଡିବ ।

ରାଉଲକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

prabir 1

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.