ରାଉରକେଲା: ବିଶ୍ରାର ଟୁସୁ ଭବନ ପଡିଆରେ ମକର ସଂକ୍ରାନ୍ତି ମେଳଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଯେଉଁଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶଙ୍କର ଓରାମ ଯୋଗ ଦେଇଥିଲେ । ପାଖାପାଖି 30ଟି ଗାଁରେ ଟୁସୁ ପୂଜା କରାଯାଇଥିବାବେଳେ, ସେମାନେ ନିଜ ନିଜର ମୂର୍ତ୍ତି ଧରି ଦୂର ଦୁରାନ୍ତରୁ ଆସିଥିଲେ ।
କୁଡୁମି ସମାଜ ପକ୍ଷରୁ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ଦୂରଦୁରାନ୍ତ ଗାଁରୁ ଆସିଥିବା ନୃତ୍ୟମଣ୍ଡଳୀ ତାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ । ଏହି ମିଳନ କାର୍ଯ୍ୟକ୍ରମରେ ପାଖାପାଖି ଏକ ହଜାର ଲୋକେ ଏକାଠି ହୋଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ବନ ବିଭାଗ ଅଧିକାରୀ ସୁଧାଂଶୁ ସାହାଣୀ, ସମାଜସେବୀ ସୁବାଷ ମହତୋ ଉପସ୍ଥିତ ଥିଲେ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ