ETV Bharat / city

ପବିତ୍ର ମହାଶିବରାତ୍ରୀରେ ଚଳଚଞ୍ଚଳ ବେଦବ୍ୟାସ ପୀଠ, ଆଜିଠୁ ଆରମ୍ଭ ମେଳା - ଚଳଚଞ୍ଚଳ ବେଦବ୍ୟାସ ପୀଠ

ମହାଶିବରାତ୍ରୀ ଅବସରରେ ରାଉରକେଲା ବେଦବ୍ୟାସ ପୀଠରେ ଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଏହାସହ ଆରମ୍ଭ ହୋଇ ଯାଇଛି ଐତିହାସିକ ମେଳା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପବିତ୍ର ମହାଶିବରାତ୍ରି: ଚଳଚଞ୍ଚଳ ବେଦବ୍ୟାସ ପୀଠ

author img

By

Published : Feb 21, 2020, 5:29 PM IST

ରାଉରକେଲା: ଆଜି ପବିତ୍ର ମହାଶିବରାତ୍ରୀ । ଚଳଚଞ୍ଚଳ ସମସ୍ତ ଶୈବପୀଠ । ରାଉରକେଲା ବେଦବ୍ୟାସ ପୀଠରେ ମହାଶିବରାତ୍ରୀ ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଏହାସହ ଆରମ୍ଭ ହୋଇ ଯାଇଛି ଐତିହାସିକ ମେଳା । ଆଜି ସକାଳୁ ଲକ୍ଷାଧିକ ଭକ୍ତ ଧାଡିରେ ଆସି ବାଲୁଙ୍କେଶ୍ବର ତଥା ଚନ୍ଦ୍ରଶେଖର ମନ୍ଦିରରେ ପୂଜା ଅର୍ଚ୍ଚନା କରିଥିଲେ ।

ପବିତ୍ର ମହାଶିବରାତ୍ରି: ଚଳଚଞ୍ଚଳ ବେଦବ୍ୟାସ ପୀଠ

ରାଜ୍ୟ ତଥା ପଡୋଶୀ ରାଜ୍ୟରୁ ଆସିଥିବା ଭକ୍ତଙ୍କ ବିଶ୍ବାସ ରହିଛି ତିନି ନଦୀର ସଙ୍ଗମ ପରେ ବ୍ରାହ୍ମଣୀ ନଦୀର ଉତ୍ପତ୍ତିସ୍ଥଳରେ ଏହି ପୂଜାର ମହତ୍ଵ ରହିଛି । ଧର୍ମ ଗ୍ରନ୍ଥରେ ମଧ୍ୟ ବ୍ୟାସ ପୀଠର ମହତ୍ଵର ଉଲ୍ଲେଖ ରହିଛି । ଏହି ସ୍ଥାନକୁ ବଡ଼ ବଡ଼ ସାଧୁସନ୍ଥମାନେ ମଧ୍ୟ ଆସନ୍ତି । ସେହିଭଳି ପୂଜା ଅର୍ଚ୍ଚନାର ଧାର୍ମିକ ମହତ୍ଵ ସହିତ ମେଳାର ମଧ୍ୟ ଇତିହାସ ରହିଛି ।

ଆଦିବାସୀ ଅଞ୍ଚଳରେ 112 ବର୍ଷ ପୁରୁଣା ମେଳା ଆଜି ଆଧୁନିକତାର ଯୁଗରେ ମଧ୍ୟ ଲୋକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । 2 ତାରିଖ ଯାଏଁ ମେଳା ରହିବା ଯୋଗୁଁ ପୁରା ଅଞ୍ଚଳ ଉତ୍ସବ ମୁଖର ରହିବ । ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବ୍ୟବସାୟୀମାନେ ବ୍ୟବସାୟ କରିବାକୁ ଆସନ୍ତି । ୟୁପିର ବୁଲନ୍ଦସହରର ପ୍ରସିଦ୍ଧ ଖଜାର ବହୁତ ଚାହିଦା ରହିଛି ଏହି ମେଳାରେ । ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଝୁଲା ତଥା ଦୋଳି ମଧ୍ୟ ଲାଗି ଯାଇଛି ।

ମହାଦୀପ ସକାଳୁ ଉଠିବାର ପରମ୍ପରା ରହିଥିବାରୁ ଆଜି ସନ୍ଧ୍ୟାରୁ ଲୋକେ ନଦୀକୂଳରେ ଉପବାସ ରହି ଦୀପ ପ୍ରଜ୍ବଳନ କରି ବସିବେ। ଭକ୍ତଙ୍କ ଭିଡକୁ ଲକ୍ଷ୍ୟ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଏହସହ ଅଗ୍ନିଶମ ବିଭାଗ ମଧ୍ୟ 24 ଘଣ୍ଟା କାର୍ଯ୍ୟରତ ରହିବେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.