ରାଉରକେଲା : ଲକଡାଉନ କଟକଣାକୁ ଖାତିର କରୁ ନ ଥିବା ଲୋକଙ୍କୁ ସାବାଡ କରାଯାଉଛି । ଜିଲ୍ଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା କଟକଣାକୁ ମାନୁ ନଥିବାରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ପାନପୋଷ, ବିଶ୍ରା ଛକ, ବାସନ୍ତି କଲୋନୀ ଓ କୋଏଲ ନଗରରେ ଚଢାଉ କରାଯାଇ ଜୋରିମାନା ଆଦାୟ କରାଯାଉଛି ।
ଏହାଛଡା ଯେଉଁ ଦୋକାନୀମାନେ ଗ୍ରାହକଙ୍କ ସାମାଜିକ ଦୂରତ୍ବ ରକ୍ଷା ଲାଗି କୌଣସି ପଦକ୍ଷେପ ନେଇନାହାଁନ୍ତି । ସେମାନଙ୍କ ଠାରୁ ମଧ୍ୟ ଜୋରିମାନା ଆରମ୍ଭ ହୋଇଛି । ଏହି ଟିମରେ ରାଉରକେଲା ଏଡିଏମ, ରାଉରକେଲା ମହାନଗର ନିଗମ କମିଶନରଙ୍କ ସମେତ ପୋଲିସ, ମହାନଗର ନିଗମ କର୍ମଚାରୀମାନେ ସାମିଲ ହୋଇଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ