ETV Bharat / city

ଏକାଠି ବସିଛନ୍ତି ଜୁଏଲ-ସୁନୀତା, ଦାଖଲ କରିବେ ପ୍ରାର୍ଥିପତ୍ର - Odisha

ସୁନ୍ଦରଗଡ ଲୋକସଭା ଆସନରେ ଏଥର ମୁଖ୍ୟତଃ ଜୁଏଲ-ସୁନୀତା ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି । ଏଠାରୁ ବିଜେପି ପୁଣିଥରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପ୍ରାର୍ଥୀ କରିଛି । ଗତଥର ଏଠାରୁ ଜୁଏଲ ବିଜୟୀ ହୋଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Mar 26, 2019, 12:59 PM IST

ରାଉରକେଲା: ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ସମୟ । ସୋମବାର ଏଥିପାଇଁ ଶେଷ ଦିନ ଥିବାବେଳେ ନାମାଙ୍କନ ଦାଖଲ କରିଥିଲେ ଅନେକ ହେଭିୱେଟ ନେତା । ଆଜି ହେଉଛି 2ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ । ଏହି ଅବସରରେ ସୁନ୍ଦରଗଡ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ ।

ସୁନ୍ଦରଗଡ ଲୋକସଭା ଆସନରେ ଏଥର ମୁଖ୍ୟତଃ ଜୁଏଲ-ସୁନୀତା ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି । ଏଠାରୁ ବିଜେପି ପୁଣିଥରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପ୍ରାର୍ଥୀ କରିଛି । ଗତଥର ଏଠାରୁ ଜୁଏଲ ବିଜୟୀ ହୋଇଥିଲେ । ସେପଟେ ବିଜେଡି ଏଥର ଦଳର ମହିଳା ସଂରକ୍ଷଣ ନିୟମ ଅନୁସାରେ ଏଠାରୁ ସୁନୀତା ବିଶ୍ବାଳଙ୍କୁ ପ୍ରାର୍ଥୀ କରିଛି । ସୁନୀତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ।

ଏହି ଆସନ ପାଇଁ ଉଭୟ ଆଜି ପ୍ରାର୍ଥିପତ୍ର ଦାଖଲ କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତେବେ ଶେଷ ଖବର ଅନୁସାରେ ଉଭୟ ଅଫିସ ବାହାରେ ଅପେକ୍ଷା କରି ରହିଛନ୍ତି । ଆଉ କିଛି ସମୟ ପରେ ଉଭୟ ଭିତରେ ପ୍ରବେଶ କରି ନିଜ ନାମାଙ୍କନ ଭରିବେ । ଏହି ସମୟରେ ସେଠାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଉଭୟ ପ୍ରାର୍ଥୀ ଅଫିସ ବାହାରେ ପାଖାପାଖି ବସି ରହିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ନିଜ ପ୍ରାର୍ଥିପତ୍ର ଦାଖଲ ପାଇଁ ଆବଶ୍ୟକୀୟ କାଗଜପତ୍ର ଧରି ଉଭୟ ବାହାରେ ଚେୟାରରେ ବସିଛନ୍ତି । ଉଭୟଙ୍କ ହାବଭାବ ଦେଖି ଲାଗୁଥିଲା ଯେପରି ଉଭୟ ଖୁସି ମିଜାଜରେ ଅଛନ୍ତି । ଆଗାମୀ ଦିନରେ ପରସ୍ପର ବିରୋଧରେ ପ୍ରଚାର କରିବାକୁ ଥିବା ଏହି ଦୁଇ ନେତା ପାଖାପାଖି ବସି ହସଖୁସି କରୁଥିବାର ଦେଖିବାକୁ ମିଳିଥିଲା । ସୁନୀତା ତାଙ୍କ ସହ ଥିବା ଜଣେ ବିଜେଡି କର୍ମୀଙ୍କୁ ଦଳୀୟ ବାନା ପିନ୍ଧାଉଥିବାବେଳେ ଜୁଏଲ ଏହା ଦେଖି ସାମାନ୍ୟ ହସି ଦେଇଥିଲେ । ଏବେ ଦେଖିବାକୁ ବାକି ରହିଲା କିଏ ଆଗ ଭିତରକୁ ପ୍ରବେଶ କରି ପ୍ରାର୍ଥିପତ୍ର ଦାଖଲ କରୁଛି ।

ତେବେ ନାମାଙ୍କନ ଦାଖଲ କରିବା ସମୟରେ ଶାସକ-ବିରୋଧୀ କୋଳାକୋଳି କିଛି ନୂଆ କଥା ନୁହେଁ । ଗତକାଲି ମଧ୍ୟ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରାର୍ଥିପତ୍ର ଦାଖଲ ପାଇଁ ଯିବା ପୂର୍ବରୁ ବରଗଡ ଲୋକସଭା ଲାଗି ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଓ ବିଜେଡିର ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ କୋଳାକୋଳି ଦୃଶ୍ୟ ଥିଲା ନିଆରା । ସେହିପରି ରାଉରକେଲାରେ ପ୍ରାର୍ଥିପତ୍ର ଦାଖଲ ପାଇଁ ଯିବାବେଳେ ଅଧିକ ଖରା ଯୋଗୁଁ ଅସୁସ୍ଥ ଅନୁଭବ କରିଥିବା ବିଜେଡି ପ୍ରାର୍ଥୀ ଶାରଦା ନାୟକଙ୍କୁ ପାଣି ପିଆଇ କୋଳାଗ୍ରତ କରିଥିଲେ ବିଜେପି ପ୍ରାର୍ଥୀ ନିହାର ରାୟ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

10 ଲକ୍ଷ୍ ମୂଲ୍ୟ ର କାଠ ଟ୍ରକ ସହିତ ଧରା ପଡିଲା
ରାଉରକେଲା- ସୁନ୍ଦରଗଡ ଜିଲ୍ଲା ର  ହାତୀବାରି ଥାନା ଅଂଚଳ ରେ ପୋଲିସ ତଥା ବନ ବିଭାଗ ର ଚଡଓ ରେ ଏକ ଫୁଲ ଡଲା ଟ୍ରକ ରେ ଭର୍ତି କାଠ ଜପତ କର ଯାଇଛି। ୟୁପି ର ନମ୍ବର ଥିବା ରହି ଟ୍ରକ ରେ କାଠ ଧର ହେଲା କିନ୍ତୁ ହାଡ଼ି ର ଚାଳକ ତଥା ଅନ୍ୟ ମନେ ଫେରାର ହେବାରେ ସଫଳ ହୋଇ ଥିଲେ। କାଠ ସ୍ଲିପର ଧରି ଏହି ଟ୍ରକ ଝାରଖଣ୍ଡ ଆଡ଼କୁ ଯାଉ ଥିବା କୁହ ଯାଉଛି।
ଜପତ ଟ୍ରକ ରେ ଥିବା କାଠ ର ଗଣତି ଜାରି ରହିଛି ତଥା ଗାଡି ମାଲିକ କିଏ ତାର ଅନୁସନ୍ଧାନ ଜାରି ରହିଛି। ପୋଲିସ ତଥା ବନ ବିଭାଗ ଘଟଣା ର ତଦନ୍ତ କରୁଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.