ETV Bharat / city

ସୁନ୍ଦରଗଡରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମ ପାଳିଲା ଅନ୍ତର୍ଜାତୀୟ ମହିଳା ଦିବସ । ସମ୍ମାନୀତ ହେଲେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଯୋଗାଇଥିବା ମହିଳା । ଅଧିକ ପଢନ୍ତୁ

ସୁନ୍ଦରଗଡ ଓ ରାଉରକେଲାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

author img

By

Published : Mar 9, 2022, 6:54 AM IST

ସୁନ୍ଦରଗଡ଼: ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ରାଉରକେଲା ସ୍ଥିତ ପିଏ ଆଇଟିଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ସମସ୍ତ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ ମନେପକାଇଥିଲେ।

International Womens Day
International Womens Day
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗଦେଇ ମହିଳାମାନଙ୍କ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ମାନଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ ଥର ଅଲଟ୍ରାସାଉଣ୍ଡ ଏବଂ ଅନ୍ୟାନ୍ୟ ପରୀକ୍ଷା ସେବା ଯୋଗାଇଦେବା ପାଇଁ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଚାଲିଛି। ସେହିପରି ସାନ ସାନ ପିଲାମାନଙ୍କର ମାନସିକ ଓ ଶାରୀରିକ ବିକାଶ ପାଇଁ ଅଙ୍ଗନବାଡ଼ି ଜରିଆରେ ସ୍ପିରୁଲିନା ଚିକି ଏବଂ ମାଣ୍ଡିଆ ଲଡ଼ୁ ମିକ୍ସ ବଣ୍ଟନ କରାଯାଉଛି।
International Womens Day
International Womens Day
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନାରୀଶକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା । ମାଲେସିଆରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରସଂଶିତ ହୋଇଥିବା ରାଉରକେଲାର କୁନି ଝିଅ ପୁଷ୍ପଲତା ଜେନାଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ ଲେଫ୍ରିପଡା ସିଡିପିଓ କିରଣବାଳା ଷଡ଼ଙ୍ଗୀଙ୍କୁ ଶ୍ରେଷ୍ଠ ସିଡିପିଓ ଭାବେ ସମ୍ମାନିତ କରାଯାଇଥିଲା। ଶିଶୁ ବିବାହ ନିରୋଧ କ୍ଷେତ୍ରରେ କାମ କରୁଥିବା ଲହୁଣୀପଡା ସିଡିପିଓ ମିନାକ୍ଷୀ ନାୟକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
International Womens Day
International Womens Day

ସେହିପରି ରାଉରକେଲା ମହାନଗର ନିଗମ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ବିଜୟିନୀ’ କାର୍ଯ୍ୟକ୍ରମ ପାଳନ କରାଯାଇଛି। ଛେଣ୍ଡ ସ୍ଥିତ ଆହୁତି ଭବନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଯୋଗଦେଇ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

International Womens Day
International Womens Day

ସହରରେ ଚାଲିଥିବା ଅତ୍ୟାଧୁନିକ ପରିମଳ ପରିଚାଳନାରେ ମହିଳାମାନଙ୍କୁ ସ୍ୱଚ୍ଛ ସାଥୀ ଭାବେ ନିୟୋଜିତ କରାଯାଇଥିବା ବେଳେ ବର୍ଜ୍ୟବସ୍ତୁ ପରିଚାଳନାରେ ମହିଳାମାନଙ୍କୁ ସାମିଲ କରାଯାଇଛି। ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ମଧ୍ୟ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରୁଛନ୍ତି । ପୁରୁଷମାନଙ୍କ ସହିତ ନାରୀମାନଙ୍କର ଏମିତି ସହଯୋଗ ରହିଲେ ରାଉରକେଲା ସହର ଆହୁରି ଆଗକୁ ଯାଇପାରିବ ବୋଲି କହିଥିଲେ ଅତିରିକ୍ତ ତହସିଲଦାର ।

ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ ରାଉରକେଲା ମହାନଗର ନିଗମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଉରକେଲା ସହରରେ ସ୍ୱଚ୍ଛ ସୁପରଭାଇଜର ଭାବେ କାମ କରୁଥିବା ସ୍ୱୟଂ ଜୟା ଦାସଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସ୍ୱଚ୍ଛ ସାଥୀ ଭାବେ କାମ କରୁଥିବା ସଞ୍ଜୁ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ସେହିପରି ଗୋଷ୍ଠୀ ଶୌଚାଳୟ ପରିଚାଳନା କରୁଥିବା ବାଲୁଘାଟର ମା’ ଦୁର୍ଗା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ପରିମଳା କର୍ମଚାରୀ ଦାମିନୀ ବେହେରା ଏବଂ ସରସ୍ୱତୀ ଓରାମ ଓ ବିପିୟୁଟି ପରିସରରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ପ୍ରତିଷ୍ଠା ଏସଏଚଜିକୁ ସମ୍ବର୍ଦ୍ଧିତ କରାଯାଇଛି । ଜଳସାଥୀ ଭାବେ କାର୍ଯ୍ୟ କରୁଥିବା ରୁପାଲି ମଣ୍ଡଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ଡକ୍ଟର ଗୌରବମୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.