ETV Bharat / city

ସ୍ତ୍ରୀକୁ ଆକ୍ରମଣ କରି ଟ୍ରାକରେ ସ୍ବାମୀର ଆତ୍ମହତ୍ୟା ଉଦ୍ୟମ, ଉଭୟ ଗୁରୁତର

author img

By

Published : Jan 15, 2020, 12:52 PM IST

ସ୍ତ୍ରୀକୁ ଭୁଜାଲିରେ ଆକ୍ରମଣ କିରି ଟ୍ରେନର ଆସିଷ୍ଟାଣ୍ଡ ପାଇଲଟ ସ୍ବାମୀଙ୍କର ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ । ସ୍ବାମୀ ଗୋଟିଏ ଗୋଡ଼ ହରାଇଥିବାବେଳେ ସ୍ତ୍ରୀ ସ୍ବାମୀର ଭୁଜାଲି ଚୋଟରେ ଗୁରୁତର ଆହତ ହୋଇ ଚିକିତ୍ସିତ ।

husband attack his wife and sucide attempt in front of train in rourkela
ଫଟୋ ସୌଜନ୍ୟ: ସମ୍ବାଦଦାତା,ରାଉରକେଲା

ରାଉରକେଲା: ସ୍ତ୍ରୀକୁ ଭୁଜାଲିରେ ଆକ୍ରମଣ କରି ପାଇଲଟ ସ୍ବାମୀ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲ ବନ୍ଧମୁଣ୍ଡା ରେଳ ଥାନା ଅନ୍ତର୍ଗତ ଡିଜେଲ କଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି ।

ସ୍ତ୍ରୀକୁ ଆକ୍ରମଣ କରି ସ୍ବାମୀଙ୍କ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା ଉଦ୍ୟମ, ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ

ସୂଚନା ଅନୁଯାୟୀ ମାଲ ଗାଡି ଟ୍ରେନ ଡ୍ରାଇଭର ଫିରୁ ବଡାଇକ ସ୍ତ୍ରୀ ସୁଚିତାଙ୍କ ସହ ବନ୍ଧମୁଣ୍ଡା ଡିଜେଲ କଲୋନୀ 167/3 ରେଳବାଇ କ୍ବାର୍ଟରରେ ରହନ୍ତି । ତାଙ୍କର ବଡ଼ପୁଅ ମେଡିକାଲ ପଢ଼ୁଥିବା ବେଳେ ସାନ ପୁଅ ସ୍କୁଲର ପଢୁଛନ୍ତି । କୌଣସି କାରଣରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ ବୁଧୁବାର ଭୋରୁ ଝଗଡା ହୋଇଥିଲା । ଏହାପରେ ଉତକ୍ଷିପ୍ତ ହୋଇ ସ୍ବାମୀ ଫିରୁ ସ୍ତ୍ରୀ ସୁଚିତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ ।

ପଡୋଶୀ ମାନେ ସୁଚିତାଙ୍କୁ ହସ୍ପିଟାଲ ପଠାଇଥିବା ବେଳେ ଟ୍ରେନର ଆସିଷ୍ଟାଣ୍ଡ ପାଇଲଟ ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରି ଗୋଟିଏ ଗୋଡ ହରାଇଥିଲେ । ଅନ୍ୟପକ୍ଷରେ ସ୍ତ୍ରୀ ସ୍ବାମୀର ଭୁଜାଲି ଚୋଟରେ ଗୁରୁତର ଆହତ ହୋଇ ସଙ୍କଟାପନ୍ନ ଅବସ୍ଥାରେ ରହିଛନ୍ତି ।ଏବେ ଉଭୟଙ୍କୁ IGH ରେ ଚିକିତ୍ସା କରାଯାଉଛି । ରେଳବାଇ ପୋଲିସ ଘଟଣାର ଅନୁସନ୍ଧାନ କରୁଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ବନ୍ଧମୁଣ୍ଡା ରେଳ ଥାନା ଅଧୀନରେ ଥିବା ଡିଜେଲ କଲୋନୀ ରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ୱାମୀ ସ୍ତ୍ରୀକୁ ଧାରୁଆ ଅସ୍ତ୍ର ରେ ମରଣାନ୍ତକ ଆକ୍ରମଣ କରିବା ପରେ ନିଜେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି । ଟ୍ରେନ ର ଆସିଷ୍ଟାଣ୍ଡ ପାଇଲଟ ସ୍ୱାମୀ ଫିରୁ ବଡାଇକ ବଞ୍ଚିଯାଇଥିବା ବେଳେ ଗୋଟିଏ ଗୋଡ଼ ଆଣ୍ଠୁ ପାଖରୁ କଟିଯାଇଛି । ଅନ୍ୟପକ୍ଷରେ ସ୍ତ୍ରୀ ସ୍ବାମୀର ଭୁଜାଲି ଚୋଟରେ ଗୁରୁତର ଆହତ ହୋଇ ସଙ୍କଟାପନ୍ନ ଅବସ୍ଥାରେ ।

Body: ଉଭୟ ଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ମାଲ ଗାଡି ଟ୍ରେନ ଡ୍ରାଇଭର ଫିରୁ ବଡାଇକ ସ୍ତ୍ରୀ ସୁଚିତା ଙ୍କ ସହ ବନ୍ଧମୁଣ୍ଡା ଡିଜେଲ କଲୋନୀ 167/3 ରେଳବାଇ କ୍ୱାର୍ଟର ରେ ରହନ୍ତି । ତାଙ୍କର ବଡ଼ପୁଅ ମେଡିକାଲ ପଢ଼ୁଥିବା ବେଳେ ସାନ ପୁଅ ସ୍କୁଲ ର ପଢୁଛି ।

Conclusion:କୌଣସି କାରଣରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବୁଧୁବାର ଭୋରୁ ଝଗଡା ହୋଇଥିଲା । ଏହାପରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଫିରୁ ସ୍ତ୍ରୀ ସୁଚିତାଙ୍କୁ ର୍କ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରି ଲହୁ ଲୁହଣ କରିଦେଇଥିଲା । ପଡୋଶୀ ମାନେ ସୁଚିତା ଙ୍କୁ ହସପିଟାଲ ପଠାଇଥିବା ବେଳେ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରି ଗୋଟିଏ ଗୋଡ ହରାଇଥିଲେ । ଏବେ ଉଭୟ IGH ରେ । ରେଳବାଇ ପୋଲିସ ଘଟଣା ର ଅନୁସନ୍ଧାନ କରୁଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.