ETV Bharat / city

ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବିକ୍ରି, ଉଦ୍ଧାର କଲା ସମାଜସେବୀ ସଂଗଠନ - ସୁନ୍ଦରଗଡ଼ ଜିଲ୍ଲା ଯୁବତୀ ଚାଲାଣ

ସୁନ୍ଦରଗଡ଼ ଜିଲ୍ଲା ଯୁବତୀ ଚାଲାଣରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ବିବାହ ପ୍ରଲୋଭନ ଦେଖାଇ ଶଙ୍କର ବାଗେ ନାମକ ଜଣେ ଯୁବକ 25 ବର୍ଷିୟ ଯୁବତୀଙ୍କୁ ଗତ 3 ତାରିଖରେ ଦିଲ୍ଲୀ ନେଇ ବିକ୍ରି କରିଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବିକ୍ରି
ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବିକ୍ରି
author img

By

Published : Mar 11, 2020, 8:38 AM IST

ରାଉରକେଲା: ଦିନକୁ ଦିନ ବଢିଚାଲିଛି ମାନବ ଚାଲାଣ । ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ଯୁବତୀ ଚାଲାଣରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ହେଲେ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ରୋକ ଲଗାଇଯାଇ ପାରୁନାହିଁ । ତେବେ ସମ୍ପ୍ରତିରେ ପୁଣି ଏକ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି କରିଦେଇଥିବା ଅଭିଯୋଗ ଆସିଛି । ଜିଲ୍ଲାର ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଚେଇତା ପଞ୍ଚାୟତର ଜଣେ 25 ବର୍ଷିୟ ଯୁବତୀ ଏହାର ଶିକାର ହୋଇଛନ୍ତି ।

ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବିକ୍ରି

ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶଙ୍କର ବାଗେ ନାମକ ଜଣେ ଯୁବକ ଗତ 3 ତାରିଖରେ ଯୁବତୀଙ୍କୁ ଦିଲ୍ଲୀ ନେଇଯାଇଥିଲେ । 4 ତାରିଖ ଅପରାହ୍ନରେ ଦିଲ୍ଲୀ ପହଞ୍ଚିବା ପରେ ଦିଲ୍ଲୀର ପଞ୍ଜାବୀ ବାଗରେ ଥିବା ଏକ ଅଫିସରେ ଯୁବତୀଙ୍କୁ ଛାଡି ଦେଇଥିଲେ । ପରେ ଯୁବତୀ ଜାଣି ପାରିଲେ ଯେ ତାଙ୍କୁ ଶଙ୍କର ସେଠାରେ ବିକ୍ରି କରିଦେଇଛି । ଏହାପରେ ଯୁବତୀ ଜଣଙ୍କ ତୁରନ୍ତ ଫୋନରେ ଏ ବାବଦରେ ଘର ଲୋକଙ୍କୁ ଜଣାଇବା ପରେ ଯୁବତୀଙ୍କ ବାପା ଚାନ୍ଦିପୋଷ ଥାନାରେ ଏକ ଏତଲା ଦେଇଥିଲେ ।

ଯୁବତୀଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଉକ୍ତ ଯୁବକଙ୍କ ନାଁରେ ଧାରା 370 ଏବଂ 374 ରେ ମାମଲା ରୁଜୁ କରିଛି । କିନ୍ତୁ ଯୁବତୀଙ୍କୁ ଉଦ୍ଧାର କରିବାକୁ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ଆସିଛି । 8 ତାରିଖରେ ଯୁବତୀଙ୍କ ପରିବାର ବର୍ଗ ଏ ବାବଦରେ ସମାଜସେବୀ ଚାନ୍ଦମଣି ସ୍ୟାଣ୍ଡିଲଙ୍କୁ ଜଣାଇବା ପରେ ସେ ଥାନାକୁ ଯାଇଥିଲେ । ମାତ୍ର 12 ତାରିଖ ପୂର୍ବରୁ ପୋଲିସ ଦିଲ୍ଲୀ ଯିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ । 9 ତରଖରେ ଝିଅଟିକୁ ଅନ୍ୟତ୍ର ନେଇଯିବାର ଯୋଜନା ଥିବାରୁ ଉକ୍ତ ସମାଜସେବୀ ଦିଲ୍ଲୀରେ ଥିବା ଅନ୍ୟ ଏକ ମହିଳା ସମାଜସେବୀ ସଂସ୍ଥାକୁ ଜଣାଇଥିଲେ ।

ଉକ୍ତ ସଙ୍ଗଠନର କର୍ମକର୍ତ୍ତା ଯୁବତୀଙ୍କୁ ଉଦ୍ଧାର କରି ରାଉରକେଲା ପଠାଇଥିଲେ । ଯୁବତୀ ଜଣଙ୍କ ମଙ୍ଗଳବାର ସନ୍ଧ୍ୟାରେ ରାଉରକେଲା ପହଞ୍ଚିଛନ୍ତି । ବୁଧବାର ଥାନାରେ 161ବୟାନ ରେକର୍ଡ ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ 164 ବୟାନ ରେକର୍ଡ କରାଯିବ। ଯେଉଁମାନେ ଏହି ଯୁବତୀ ଚାଲାଣରେ ଜଡିତ ଅଛନ୍ତି ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

ରାଉରକେଲାରୁ ରାଜେନ୍ଦ୍ର ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.