ETV Bharat / city

62 କୋଟିର ଜିଏସଟି ଠକେଇ ମାମଲା, ଜଣେ ଗିରଫ

ଜିଏସଟି ଠକେଇ ମାମଲାରେ ଶୁକ୍ରବାର ସିଜିଏସଟି ଅଧିକାରୀମାନେ ସିଭିଲ ଟାଉନର 2ଟି ସ୍ଥାନରେ ଚଢାଉ କରିଛନ୍ତି । କମ୍ପାନୀ ଦ୍ବୟ ପାଖାପାଖି 62 କୋଟି ଟଙ୍କା ଠକେଇ କରିଥିବାର ଅଭିଯୋଗ ପରେ ସିଜିଏସଟି ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

author img

By

Published : May 3, 2019, 10:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

ରାଉରକେଲା: ଜିଏସଟି ଠକେଇ ମାମଲାରେ ଶୁକ୍ରବାର ସିଜିଏସଟି ଅଧିକାରୀମାନେ ସିଭିଲ ଟାଉନର 2ଟି ସ୍ଥାନରେ ଚଢାଉ କରିଛନ୍ତି । ଏହି ଚଢାଉ ରାଉରକେଲାର ଇ-7ର ମେସର୍ସ ଏସଏସ ପ୍ରୋଫାଇଲ ତଥା ବାଲାଜି ଟ୍ରେଡ୍ସ ନାମକ ଦୁଇ ନକଲି କମ୍ପାନୀରେ କରାଯାଇଛି । କମ୍ପାନୀ ଦ୍ବୟ ପାଖାପାଖି 62 କୋଟି ଟଙ୍କା ଠକେଇ କରିଥିବାର ଅଭିଯୋଗ ପରେ ସିଜିଏସଟି ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

ସୂଚନା ଅନୁସାରେ, କିଛି ବ୍ୟକ୍ତି ନକଲି କମ୍ପାନୀ ଖୋଲି ଠକାମି କରୁଥିବା ଅଭିଯୋଗ ଆସିଥିଲା । ଯାହାଫଳରେ ସିଜିଏସଟିର ଇଣ୍ଟେଲିଜେନ୍ସ ଅଧିକାରୀ ଜି ସି ବହୁବଳେନ୍ଦ୍ରଙ୍କ ନେତୃତ୍ୱରେ ମାନସ ଚନ୍ଦ୍ର ବାଦଲକୁ ଗିରଫ କରି ଏସିଡିଜେମ କୋର୍ଟରେ ହାଜର କରାଯାଇଥିଲା । ଗିରଫ ମାନସ ଚନ୍ଦ୍ର ବାଦଲଙ୍କ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି ।

ଖବର ଅନୁଯାୟୀ, ଗତ କିଛି ମାସ ହେବ 400 କୋଟି ଟଙ୍କାର ଜିଏସଟି ଠକାମି ମାମଲା ସାମ୍ନାକୁ ଆସିଥିଲା । ଏଥିରେ ସହରର ବହୁତ ସଂଖ୍ୟାରେ ଜଣାଶୁଣା ଲୋକଙ୍କ ସମ୍ପୃକ୍ତି ରହିଛି । କିନ୍ତୁ, ବିଭାଗ ଦ୍ଵାରା ବହୁତ କମ ଲୋକଙ୍କୁ ଗିରଫ କରାଯାଉଥିବାରୁ ଠକାମୀ କରୁଥିବା ଲୋକଙ୍କ ମନରେ ଭୟ ରହୁନଥିବା ଅଭିଯୋଗ ହେଉଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

dddddddfh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.