ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ମିଠା ବାଣ୍ଟିଲେ ରାଜ୍ୟପାଳ

author img

By

Published : Oct 16, 2019, 9:02 PM IST

ସୁନ୍ଦରଗଡ ଗସ୍ତରେ ଯାଇ ଏକଲବ୍ୟ ଆବାସିକ ବିଦ୍ୟାଳୟର ଏକ ଅତିରିକ୍ତ ଶ୍ରେଣୀ ଗୃହର ଶିଳାନ୍ୟାସ କରିଛନ୍ତି ରାଜ୍ୟପାଳ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମଞ୍ଚ ଉପରୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ଅଧିକ ଖବର ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମିଠା ବାଣ୍ଟିଲେ ରାଜ୍ୟପାଳ

ରାଉରକେଲା: ସୁନ୍ଦରଗଡ ଗସ୍ତରେ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଷୀ ଲାଲ। ଗସ୍ତ ସମୟରେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଏକ ଅତିରିକ୍ତ ଶ୍ରେଣୀଗୃହର ଶିଳାନ୍ୟାସ କରିଛନ୍ତି ସେ। ଏହାସହ ପରିବେଶକୁ କିପରି ସୁସ୍ଥ ରଖାଯାଇପାରିବ ସେନେଇ ବିଦ୍ୟାଳୟ ପରିସରରେ ଏକ ନିମ୍ବ ଗଛ ଲଗାଇଥିଲେ ରାଜ୍ୟପାଳ।

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମିଠା ବାଣ୍ଟିଲେ ରାଜ୍ୟପାଳ

ଗସ୍ତ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ଗଣେଷୀ ଲାଲ ଯୋଗ ଦେଇ ଶିକ୍ଷାର୍ଥୀଙ୍କୁ ଭଲ ମଣିଷ ଓ ପରୋପକାରୀ ହେବାକୁ ଉଦବୋଧନ ଦେଇଥିଲେ । ଏହାସହ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମଞ୍ଚ ଉପରୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହ ବିଦ୍ୟଳୟରେ ଅଧୟନ କରୁଥିବା ଶିକ୍ଷାର୍ଥୀଙ୍କୁ ଜଣକ ପିଛା 100ଟଙ୍କା ହିସାବରେ ସମୁଦାୟ 391 ପିଲାଙ୍କୁ 39 ହଜାର ଟଙ୍କା ପ୍ରଦାନ କରିଥିଲେ।

ଏପରିକି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାନ୍ତାଳୀ ଭାଷାରେ ସ୍ବାଗତ ନୃତ୍ୟ ପରିବେଷଣ କରିଥିବା ପିଲାଙ୍କୁ 11ହଜାର ପ୍ରଦାନ କରି ଏହା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ମିଠା ବୋଲି ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଯୋଗ ଦେଇ ଏକଲବ୍ୟ ସ୍କୁଲର ପ୍ରଶଂସା କରିଥିଲେ। ଏହି ସ୍କୁଲ ଜରିଆରେ ଆଦିବାସୀ ଛାତ୍ର ଛାତ୍ରୀଙ୍କ ଶିକ୍ଷା ପ୍ରସାର ହେଉଥିଲା ବେଳେ ଦେଶ ଆଗକୁ ବଢିବ ବୋଲି କହିଛନ୍ତି ମନ୍ତ୍ରୀ । ଏହି ଗସ୍ତ ସମୟରେ ଓଡିଶା ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ l

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro: ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ଦିନ ରେ ଛାତ୍ର ମାନଙ୍କ ମିଠା ଦେବା ଘୋଷଣା କରିଲେ ରାଜ୍ୟପାଳ
ରାଉରକେଲା- ସୁନ୍ଦରଗଡ ଜିଲ୍ଲାର ବଣାଇ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ ସ୍ଥିତ ଶରଧାପୁର ଠାରେ ଥିବା ଏକଲବ୍ୟ ଆବାସିକ ବିଦ୍ୟାଳୟ କୁ ଆସିଥିବା ଓଡ଼ିଶାର ରାଜ୍ୟପାଳ ଶ୍ରୀ ଯୁକ୍ତ ଗଣେଷି ଲାଲା ପରିଦର୍ଶନ ରେ ଆସି ବିଦ୍ୟାଳୟରେ ଏକ ଅତିରିକ୍ତ ଶ୍ରେଣୀ ଗୃହ ର ଶିଳାନ୍ୟାସ କରିଥିଲେ।ଏହି ଗସ୍ତ ଅବସରରେ ରାଜ୍ୟପାଳ ଏକ ନିମ୍ବଗଛ ଲଗାଇ ପରିବେଶ କିପରି ସୁସ୍ଥ ରଖାଯାଇ ପାରିବ ତାହାକୁ ଆଖିରେ ରଖି ବିଦ୍ୟାଳୟ ପରିସରରେ ନିମ୍ବ ଗଛ ଲଗାଇ ଥିଲେ।

Body:ଗସ୍ତ ଅବସରରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ଗଣେଷି ଲାଲା ଯୋଗ ଦେଇ ଛାତ୍ରୀ ଙ୍କୁ ଉଦବୋଧନ ଦେଇ ନିଜକୁ କିପରି ଜଣେ ଭଲ ଶିକ୍ଷାର୍ଥି ହୋଇ ନିଜକୁ ଜଣେ ଭଲ ମଣିଷ ହୋଇପାରିବା ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିବା ସହ ଅହଂକାରୀ ନହୋଇ ପରୋପକାରୀ ହେବା ନିଜ ଉପରେ ଦୃଢ ବିଶ୍ବାସ ଜନ୍ମାଇବା ପରି ଅନେକ ଭଲ ଭଲ ଉପଦେଶ ଦେଇଥିବା ବେଳେ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିନ ଥିବାନେଇ ମଞ୍ଚ ଉପରୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହ ଏଥିପାଇଁ ବିଦ୍ୟଳୟ ରେ ଅଧୟନ କରୁଥିବା ଶିକ୍ଷାର୍ଥୀ ଙ୍କୁ ଜଣ ପିଛା ଏକ ଶହ ଟଙ୍କା, ସମୁଦାୟ ତିନିଶହ ଏକାନବେ ପିଲାଙ୍କୁ ଅଣ ଚାଳିଶି ହଜାର ଟଙ୍କା ଏବଂ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାନ୍ତାଳୀ ଭାଷାରେ ସ୍ବାଗତ ନୃତ୍ୟ ପରିବେଷଣ କରିଥିବା ଛାତ୍ରୀ ମାନଙ୍କୁ ଏଗାରହଜାର ପ୍ରଦାନ କରି ଏହା ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନ ପାଇଁ ମିଠା ନିମନ୍ତେ ବୋଲି ଘୋଷଣା କରିଥିଲେ ।

।Conclusion:
ସମ୍ମାନୀତ ଅତିଥି ଭାବେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଯୋଗ ଦେଇ ଏକଲବ୍ୟ ସ୍କୁଲ ଜରିଆରେ ଆଦିବାସୀ ଛାତ୍ର ଛାତ୍ରୀଙ ଶିକ୍ଷା ପ୍ରସାର ହେଉଥିଲା ବେଳେ ଏକାକୁ ଆହୁରି ଗତିଶିଳ କରି ଆଦିବାସୀ ଛାତ୍ର ଛାତ୍ରୀଙ୍କ ଶିକ୍ଷାପ୍ରତି ଆକର୍ଷିତ କରିଲେ ହିଁ ଦେଶ ଆଗକୁ ବଢିବ ବୋଲି କହିଥିଲେ।ଏହି ଗସ୍ତ ସମୟରେ ଓଡିଶା ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ lଶେଷରେ ଏକଲବ୍ୟ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.