ରାଉରକେଲା: ଇସ୍ପାତ କାରଖାନା CPP -1 ରେ ଅଘଟଣ । ଗୁରୁବାର ସକାଳେ ଗ୍ୟାସ ଲିକ ହୋଇ ଜଣେ ଇଞ୍ଜିନିୟରଙ୍କ ସମେତ 3 ଜଣ କର୍ମଚାରୀ ଅସୁସ୍ଥ ହୋଇ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । IGHର ICU ରେ ଦୁଇ ଜଣଙ୍କୁ ଭର୍ତ୍ତି କରାଯାଇଥିଲା ବେଳେ ଅନ୍ୟ ଜଣଙ୍କୁ କଜୁଆଲିଟି ରଖି ଚିକିତ୍ସା ପରେ ଛାଡି ଦିଆଯାଇଛି ।
ତେବେ କେଉଁ ପରିପ୍ରେକ୍ଷୀରେ ଏହି ଦୁର୍ଘଟଣା ଘଟିଲା ତାହା ଏଯାବତ ଜଣାପଡିନାହିଁ । ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି ବୋଲି RSP ପକ୍ଷରୁ ସୂଚନା ମିଳିଛି । ଅସୁସ୍ଥ ଥିବା ସୌରଭ ସିହ୍ନା (31) ମ୍ୟାନେଜର, ପିଏମ୍ ସାହୁ (50) ସିନିଅର ଟେକନିସିଆନଙ୍କ IGH ରେ ଏବେ ଚିକିତ୍ସା ଜାରି ରହିଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ