ETV Bharat / city

ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ହତ୍ୟା କରି ଶ୍ରମିକ ଗିରଫ - rourkela murder

କାମ କରିବାକୁ କହିବା ପଡିଲା ମହଙ୍ଗା । ଏଥିରେ ଉତ୍ତକ୍ଷିପ୍ତ ହୋଇ ଜଣେ ଶ୍ରମିକ ଜଣକ ଶ୍ରମିକ ଫେରୋ ସ୍କ୍ରାପ୍‌ ନିଗମ ଲିମିଟେଡ୍‌ର ଆସିଷ୍ଟାଣ୍ଟ ମ୍ୟାନେଜର ଜି.ଗଣେଶ କୁମାରଙ୍କୁ ଲୁହାଛଡରେ ପିଟି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ରାଉରକେଲା ଇସ୍ପାତ କାରଖାନା ପରିସରରେ । ମୃତକଙ୍କ ଘର ଆନ୍ଧ୍ର ପ୍ରଦେଶର ବିଶାଖାପଟ୍ଟନମରେ।

ପ୍ରତିକାତ୍ମକ ଫଟୋ
author img

By

Published : Sep 16, 2019, 8:44 AM IST

Updated : Sep 17, 2019, 2:43 PM IST

ରାଉରକେଲା: କାମ କରିବାକୁ କହିବା ପଡିଲା ମହଙ୍ଗା । ଯାହାର ଫଳ ସ୍ବରୂପ ଜୀବନ ହାରିବାକୁ ପଡିଛି ଜଣେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲା ଇସ୍ପାତ କାରଖାନା ପରିସରରେ ଥିବା ଫେରୋ ସ୍କ୍ରାପ୍‌ ନିଗମ ଲିମିଟେଡ୍‌ରେ । ଏଠାରେ କାମ କରୁଥିବା ଜଣେ ଶ୍ରମିକର ଲୁହାଛଡ ଆକ୍ରମଣରେ ଆସିଷ୍ଟାଣ୍ଟ ମ୍ୟାନେଜର ଜି.ଗଣେଶ କୁମାରଙ୍କ ମୃତ୍ୟୁ ଘଟିଛି।

ରବିବାର କାମ ଚାଲିଥିବା ସମୟରେ ଠିକା ଶ୍ରମିକ ଅନିଲ ଲୋହାରଙ୍କୁ ଗଣେଶ ଠିକ୍‌ରେ କାମ କରିବାକୁ କହିଥିଲେ ଗଣେଶ । ଯାହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ରାଗିଯାଇ ଅନିଲ ଏକ ଲୁହାଛଡରେ ଗଣେଶଙ୍କ ପଛମୁଣ୍ଡକୁ ମାରିଥିଲା । ଘଟଣାସ୍ଥଳରେ ସେ ରକ୍ତବାନ୍ତି କରିବା ସହ ଟଳି ପଡିଥିଲେ।

ଖବର ପାଇ ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆଇଜିଏଚ(ଇସ୍ପାତ ଜେନେରାଲ ହସ୍ପିଟାଲ)କୁ ପଠାଇଛି। ମୃତ ଗଣେଶଙ୍କ ଘର ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରେ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ଫେରୋ scrap ନିଗମ ଲିମିଟେଡ଼ ର ଆସିଷ୍ଟାଣ୍ଡ ମ୍ୟାନେଜର j .ganesh kumar(26)ଙ୍କ ସେଠାରେ ଅନିଲ ଲୋହାର ନାମକ ଠିକା ଶ୍ରମିକ ମଧ୍ୟ ରେ ବଚସା ପରେ ହତ୍ୟା କରିଛି। ଏହି ଘଟଣା ରେ j ganesh kumar ଙ୍କ ମୃତ୍ୟୁ ଯୋଗୁ ତାଙ୍କ ଶବ କୁ IGH ର ଶବ ଗୃହ ରେ ରଖା ଯାଇଛି।Body:tangarpalli ପୋଲିସ ଅନିଲ ଲୋହାର ନାମକ ଠିକ ଶ୍ରମିକ କୁ ଅଟକ ରଖି ପଚରା ଉଚରା କରୁଛି।Conclusion:କୁହା ଯାଉଛି ଗଣେଷ କୁମାର କିଛି କାମ ପାଇଁ କହିବା ବେଳେ ଅନିଲ ବିରକ୍ତ ହୋଇ ଏକ ଲୁହା ଛଡ଼ ରେ ତା ମୁଣ୍ଡ ପଛ ପଟେ ମାରି ଥିଲା। ଘଟଣା ସ୍ଥଳ ରେ ଗଣେଷ ବାନ୍ତି କରିବା ପରେ ଟଳି ପଡି ଥିଲେ।
Last Updated : Sep 17, 2019, 2:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.