ETV Bharat / city

ଭିଡ ଭିତରୁ ଘୋଷାଡି ଆଣି 2 ଜଣଙ୍କୁ କଚାଡି ମାରିଲା ଦନ୍ତା

author img

By

Published : Nov 29, 2019, 3:14 PM IST

ହାତୀ ଆକ୍ରମଣରେ ସୁନ୍ଦରଗଡ ଜିଲ୍ଲାରେ 2 ଜଣ ମୃତ । ପଢନ୍ତୁ ସମ୍ପର୍ଣ୍ଣ ଖବର...

elephant attack
ଭିଡ ଭିତରୁ ଘୋଷାଡି ଆଣି 2 ଜଣଙ୍କୁ କଚାଡି ମାରିଲା ଦନ୍ତା

ରାଉରକେଲା: ଆତଙ୍କ ଖେଳାଇଛି ହାତୀ । ଗୋଟିଏ ରାତିରେ ଦୁଇ ଜଣଙ୍କୁ କଚାଡି ମାରିଲା ଦନ୍ତା । ଏଭଳି ଏକ ହୃଦୟଥରା ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାରେ । ଗୋଟିଟାଙ୍ଗରଠାରେ ଜଣଙ୍କୁ ଓ କୁତ୍ରାଠାରେ ଅନ୍ୟ ଜଣଙ୍କୁ ଭିଡ ଭିତରୁ ଘୋଷାଡି ନେଇ ଦନ୍ତାହାତୀ ମାରିଦେଇଥିବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନାନୁଯାୟୀ, ଗତକାଲି ରାତିରେ ଓଡ଼ଗାଁରୁ ମହମ୍ମଦ ମସୂଦ ଆଲାମ ନାମକ ବ୍ୟକ୍ତି କିଛି ଲୋକଙ୍କ ସହ ଅଟୋରେ ଫେରୁଥିଲେ । ହଠାତ ନୂଆଗାଁ ବ୍ଲକ ଗୋଟି ଟାଙ୍ଗରଠାରେ ହାତୀପଲର ସାମନା ହୋଇଥିଲେ । ହାତୀ ଦେଖି ଅଟୋ ଛାଡି ସମସ୍ତେ ଦୌଡ଼ି ପଳାଇଥିଲେ । ହେଲେ ଏକ ଦନ୍ତାହାତୀ ଦୌଡୁଥିବା ଲୋକଙ୍କ ମଧ୍ୟରୁ ମସୂଦକୁ ଆଣି କଚାଡି ମାରି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ବିରମିତ୍ରପୁର ବନବିଭାଗ ପହଞ୍ଚି ହାତୀ ଘଉଡାଇବାକୁ ଉଦ୍ୟମ କରୁଛନ୍ତି । ମୃତ ମସୂଦ ବିଶ୍ରା ଅଞ୍ଚଳର ବୋଲି ଜଣାପଡିଛି ।

ସେହିପରି ଆଉ ଏକ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାଠାରେ ଏକ ହାତୀ ପଲ ପଶିଆସିଥିବା ଖବର ପାଇ ଗ୍ରାମବାସୀମାନେ ନିଆଁ ହୁଳା, ବାଟୁଳି ଧରି ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଥିଲେ । ଏତିକି ବେଳେ ଏକ ଦନ୍ତା ହାତୀ ବୁଲି ପଡ଼ି ଜଣେ ବ୍ୟକ୍ତିଙ୍କୁ ଘୋଷଡି ନେଇ କଚାଡି ମାରିଦେଇଥିଲା । ପରେ ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ଙ୍କୁ ଘଞ୍ଚ ଜଙ୍ଗଲ ମଧ୍ୟକୁ ଘଉଡାଇବାକୁ ଉଦ୍ୟମ କରୁଛନ୍ତି ।

ହାତୀ ଆକ୍ରମଣରେ ଗୋଟିଏ ରାତିରେ ଦୁଇଟି ସ୍ଥାନରେ ଦୁଇଜଣଙ୍କ ମୃତ୍ୟୁ ଘଟଣା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ସୁନ୍ଦରଗଡ ଜିଲ୍ଲାରେ ହାତୀ ଆକ୍ରମଣରେ ଲୋକଙ୍କ ମୃତ୍ୟ ହେବା କ୍ରମ ଥମୁନାହିଁ । ଗୁରବର ରାତିରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର ଗୋଟିଟାଙ୍ଗର ରେ ହାତୀ ଆକ୍ରମଣରେ ମହମ୍ମଦ ମସୂଦ ଆଲାମ ନାମକ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି । ମସୂଦ ବିଶ୍ରା ଅଂଚଳରେ ରୁହେ ।

Body: ଗୁରୁବାର ରାତିରେ ଓଡ଼ଗାଁ ରୁ ଏକ ଅଟୋ ରେ ଅନ୍ୟ କେତେକ ଲୋକଙ୍କ ସହ ଫେରିବା ବେଳେ ଗୋଟି ଟାଙ୍ଗର ଠାରେ ହାତୀପଲ୍ଲ ର ସାମନା ହୋଇଥିଲେ । ହାତୀ ଦେଖି ଅଟୋ ଛାଡି ସମସ୍ତେ ଦୌଡ଼ି ପଳାଇଥିଲେ । ଏକ ଦନ୍ତା ହାତୀ ଦୌଡୁଥିବା ଲୋକଙ୍କ ମଧ୍ୟରୁ ମସୂଦ କୁ ଆଣି କଚାଡି ମାରି ଦେଇଥିଲା । ଘଟଣା ସ୍ଥଳରେ ବିରମିତ୍ରପୁର ବନବିଭାଗ ପହଞ୍ଚି ହାତୀ ଘଉଡାଇବାକୁ ଉଦ୍ୟମ କରୁଛନ୍ତି ।ଆଉ ଏକ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଠାରେ ଏକ ହାତୀ ପଲ୍ଲ କୁ ଗ୍ରାମବାସୀ ମାନେ ଘଉଡାଇବାକୁ ଉଦ୍ୟମ କରୁଥିବା ବେଳେ ଏକ ଦନ୍ତା ହାତୀ ବୁଲିପଡ଼ି ଜଣେ ବ୍ୟକ୍ତିଙ୍କୁ ଘୋଷଡି ନେଇ କଚାଡି ମାରିଦେଇଥିଲା । କୁତ୍ରା ବ୍ଲକ ରେ ହାତୀ ପଶିଥିବା ଖବର ପାଇ ଗ୍ରାମବାସୀ ମାନେ ନିଆଁ ହୁଳା , ବାଟୁଳି ଧରି ହାତୀ ଘଉଡ଼ାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ପରେ ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ଙ୍କୁ ଘଞ୍ଚ ଜଙ୍ଗଲ ମଧ୍ୟକୁ ଘଉଡାଇବାକୁ ଉଦ୍ୟମ କରୁଛନ୍ତି ।

Conclusion:ହାତୀ ଆକ୍ରମଣରେ ଗୋଟିଏ ରାତିରେ ଦୁଇଟି ସ୍ଥାନରେ ଦୁଇଜଣଙ୍କ ମୃତ୍ୟୁ ଘଟଣା ଲୋକ ମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.