ରାଉରକେଲା: ବାଙ୍କୀ ବନ ରେଞ୍ଜର ବକର୍ତୋଳା ଗାଁରେ ଏକ ମାଈହାତୀର ମୃତ୍ୟୁ ହୋଇଛି। ପାକସ୍ଥଳୀରେ ଖାଦ୍ୟ ଜମା ରହିଥିବାରୁ ତା’ର ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ହୋଇଥିଲା । ଫଳରେ ହାତୀର ଜୀବନ ଯାଇଥିବା ଶବ ବ୍ୟବଚ୍ଛେଦ ପରେ ଜଣାପଡିଛି।
ଏନେଇ ଖବର ପାଇବା ପରେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପ୍ରଥମେ ବିଜୁଳି ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁହୋଇଥିବା ସନ୍ଦେହ କରାଯାଉଥିଲା। ତେବେ ବିଭାଗୀୟ ତଦନ୍ତ ତଥା ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି।
ବନ ବିଭାଗର ଭାରତୀୟ ବନ ସେବା ଅଫିସର କେ. ପ୍ରତାପ, ଏସିଏଫ ଦିଲୀପ ସାହୁ , ରେଞ୍ଜ ଅଧିକାରୀ ଅଜୟ ଖେସ ପଶୁ ଡାକ୍ତର ସହିତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ