ରାଉରକେଲା:ବିଶ୍ରାର ଗୁଗୁଡ଼ଜୋରର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଜିଲ୍ଲାପାଳ ଘୋଷଣା କରିଛନ୍ତି। ସୋମବାର ଜଣେ କୋରୋନା ପଜିଟିଭ ମିଳିବା ପରେ ଏହି ଆଖପାଖ ଅଞ୍ଚଳକୁ ସିଲ କରି ଲୋକଙ୍କ ପ୍ରବେଶ ଉପରେ ରୋକ ଲାଗିଛି।
ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ସିଲ୍ କରି ଦିଆଯାଇଛି । ଗତ 12 ତାରିଖରେ ବିଶ୍ରାର ଗୁଗୁଡ଼ଜୋର ନିକଟ ଆଶିଆନା କଲୋନୀରେ 2 କୋରୋନା ପଜିଟିଭ କେସ ମିଳିବା ପରେ ବିଶ୍ରା ସହିତ ଆଖପାଖ 10ଟି ଗାଁକୁ ଆଗରୁ ସିଲ୍ କରଯାଇଥିଲା।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ