ରାଉରକେଲା: ରାଉରକେଲା-ସୁନ୍ଦରଗଡ଼ ଜିଲ୍ଲାରେ 2 ଦିନ ଧରି ପ୍ରବଳ ଶୀତ। କୋଇଡା, ଟେନସା ଅଞ୍ଚଳରେ ହିମପାତ ହୋଇଥିବାବେଳେ ଡେଙ୍ଗୁଲା ଅଞ୍ଚଳରେ ବରଫ ଜମି ଯାଇଥିଲା ।
ପ୍ରବଳ ଶୀତ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିଆଁ ହିଁ ଏକମାତ୍ର ସାହାରା ତଥା ନିଆଁ ଜଳାଇ ଲୋକମାନେ ଶୀତରୁ ନିଜକୁ ସୁରକ୍ଷିତ ରଖି ପାରୁଛନ୍ତି। ରାଉରକେଲା ସହରରେ ଷ୍ଟେସନ ତଥା ବସ ଷ୍ଟାଣ୍ଡ ନିକଟରେ ଗରିବ ଲୋକ ଖୋଲା ଆକାଶ ତଳେ ରାତି କାଟିବାକୁ ବାଧ୍ୟ ହେଉଛନ୍ତି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର,ଇଟିଭି ଭାରତ