ରାଉରକେଲା: ନାଗରିକତା ସଂଶୋଧନ ଆଇନ (ସିଏଏ) କୁ ସମର୍ଥନ ପାଇଁ ବଜରଙ୍ଗ ଦଳର ଶୋଭାଯାତ୍ରା । ସିଏଏକୁ ସମର୍ଥନ କରି ବିରସା ଛକରେ ଶୋଭାଯାତ୍ରା ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ଓ ବାମଦଳ ଗୁଡିକ ଦେଶରେ ସିଏଏକୁ ବିରୋଧ କରି ଲୋକଙ୍କୁ ଭ୍ରମିତ କରୁଛନ୍ତି ।
ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରେ ପ୍ରତାଡିତ ହିନ୍ଦୁ ଶରଣାର୍ଥୀ ମାନଙ୍କୁ ନଗରିକତା ପ୍ରଦାନ କରିବା ପାଇଁ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରାଯାଇଛି । ଏହି ଶୋଭାରେ ବହୁତ ସଂଖ୍ୟାର ଯୁବକ ଯୁବତୀ ଯୋଗଦେଇ ବିରସା ଛକରେ ଏକତ୍ରିତ ହୋଇ CAAକୁ ସମର୍ଥନ କରିବା ସହିତ କେନ୍ଦ୍ର ସରକାରକୁ ପ୍ରଶଂସା କରିଛନ୍ତି । ବିରୋଧୀ ଦଳ ଗୁଡିକ ଲୋକମାନଙ୍କୁ ଭ୍ରମିତ କରି ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି । ବହୁତ ସମୟ ଧରି ବଜରଙ୍ଗ ଦଳ କର୍ମକର୍ତା ମାନେ ସିଏଏ ଆଇନକୁ ସମର୍ଥନ କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ