ETV Bharat / city

ଗର୍ଭବତୀ ନାବାଳିକା ଉଦ୍ଧାର ଘଟଣା, ସିଡବ୍ଲ୍ୟୁସିରେ ହାଜର ହେବାକୁ ଏସପିଙ୍କୁ ଚିଠି

ଦୁଇ ବର୍ଷ ତଳେ ସୁନ୍ଦରଗଡ ଜିଲ୍ଲା ଲାଠିକଟାର ଜଣେ ନାବାଳିକାକୁ ରାଜସ୍ଥାନରେ ବିକ୍ରି କରାଯାଇ ଥିଲା । ତାକୁ ଉଦ୍ଧାର ପାଇଁ ଓଡ଼ିଶା ପୋଲିସ୍ ନିକଟରେ ନେହୁରା ହୋଇ ନିରାଶ ହୋଇଥିଲେ ନାବାଳିକାର ବାପା । ଶେଷରେ ଦିଲ୍ଲୀ ମହିଳା କମିଶନ ଅଭିଯୋଗ ପାଇବାର ଦିନକ ପରେ ଉକ୍ତ ନାବାଳିକାକୁ ରାଜସ୍ଥାନରୁ ଉଦ୍ଧାର କରାଯାଇଥିଲା । ଏହାପରେ ଉକ୍ତ ନାବାଳିକା ଯୌନ ଶୋଷଣର ଶିକାର ହୋଇ 8 ମାସର ଗର୍ଭବତୀ ଥିବା ମଧ୍ୟ ଜଣାପଡିଥିଲା । ଦିଲ୍ଲୀ ମହିଳା କମିଶନ ଏହି ଘଟଣାକୁ ନେଇ ଓଡିଶା ପୋଲିସକୁ ଭର୍ତ୍ସନା କରିଥିଲେ ।

author img

By

Published : Mar 9, 2019, 11:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ସିଡବ୍ଲୁସିରେ ହାଜର ହୁଅନ୍ତୁ ଗର୍ଭବତୀ ନୀବାଳିକା । ଏନେଇ ସୁନ୍ଦରଗଡ ଏସପିଙ୍କୁ ଚିଠି ଲେଖିଲା ସିଡବ୍ଲ୍ୟୁସି । ତେବେ ଦିଲ୍ଲୀ ସିଡବ୍ଲୁସି କହିବା ଅନୁସାରେ, ଗତ ଫେବୃଆରୀ ମଧ୍ୟରେ ପିଡୀତାଙ୍କ ସହ ତାଙ୍କ ବାପାଙ୍କୁ ରାଉରକେଲାରେ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ଥିଲା । ମାତ୍ର ବର୍ତ୍ତମାନ ସୁଦ୍ଧା ସେମାନେ ସେଠାରେ ଉପସ୍ଥିତ ହୋଇନାହାନ୍ତି ।

ଦୁଇ ବର୍ଷ ତଳେ ସୁନ୍ଦରଗଡ ଜିଲ୍ଲା ଲାଠିକଟାର ଜଣେ ନାବାଳିକାକୁ ରାଜସ୍ଥାନରେ ବିକ୍ରି କରାଯାଇ ଥିଲା । ତାକୁ ଉଦ୍ଧାର ପାଇଁ ଓଡ଼ିଶା ପୋଲିସ୍ ନିକଟରେ ନେହୁରା ହୋଇ ନିରାଶ ହୋଇଥିଲେ ନାବାଳିକାର ବାପା । ଶେଷରେ ଦିଲ୍ଲୀ ମହିଳା କମିଶନ ଅଭିଯୋଗ ପାଇବାର ଦିନକ ପରେ ଉକ୍ତ ନାବାଳିକାକୁ ରାଜସ୍ଥାନରୁ ଉଦ୍ଧାର କରାଯାଇଥିଲା । ଏହାପରେ ଉକ୍ତ ନାବାଳିକା ଯୌନ ଶୋଷଣର ଶିକାର ହୋଇ 8 ମାସର ଗର୍ଭବତୀ ଥିବା ମଧ୍ୟ ଜଣାପଡିଥିଲା । ଦିଲ୍ଲୀ ମହିଳା କମିଶନ ଏହି ଘଟଣାକୁ ନେଇ ଓଡିଶା ପୋଲିସକୁ ଭର୍ତ୍ସନା କରିଥିଲେ ।

ଏଠାରେ ସୂଚନାଯୋଗ୍ୟ, ଦିଲ୍ଲୀ ମହିଳା ଆୟୋଗ ଦ୍ୱାରା ନିନ୍ଦିତ ହେବାପରେ ରାଉରକେଲା ପୋଲିସ ଏକ ଟିମ ପଠାଇ ଉକ୍ତ ଗର୍ଭବତୀ ନାବାଳିକାକୁ ରାଉରକେଲା ଆଣିବା ପାଇଁ ଚେଷ୍ଟା କରିଥିଲା । ମାତ୍ର ଏଥିରେ ବିଫଳ ହୋଇଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

ଭୁବନେଶ୍ବର: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ଆଜିକାଲି ଜୋରଦାର ଚର୍ଚ୍ଚାରେ ଜଲିଉଡ ଆଇଟମ ଗର୍ଲ ପୁଷ୍ପଲତା ପଣ୍ଡା ଓରଫ ରାନୀ । କିନ୍ତୁ ଯାତ୍ରାରେ ଅଙ୍ଗ ପ୍ରଦର୍ଶନ କରିବା ରାନୀଙ୍କ ପାଇଁ ପଡିଛି ଭାରି । କାରଣ ଯାତ୍ରା ପରେପରେ ରାନୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ କରାଯାଇ ହଜାରହଜାର ରାତ୍ରୀଯାପନ କରିବାର  ଅନେକ ଅଶ୍ଳୀଳ ମେସେଜ ପାଇଛନ୍ତି ରାନୀ । ଆଉ ସେଥିପାଇଁ ଏବେ ନିଜର ସୁରକ୍ଷା ଦାବିକରି ପୋଲିସର ସାହାଯ୍ୟ ଲୋଡିଛନ୍ତି ରାନୀ...

ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାନୀ ନିଜର ସୁରକ୍ଷା ଦାବି କରି ହ୍ୟାକର ବିରୋଧରେ ଅଭିଯୋଗ ଆଣିଛନ୍ତି । ରାନୀ କହିଛନ୍ତି, ମୋତେ ସୁରକ୍ଷା ଦରକାର । ମୋ ଜୀବନ ପ୍ରତି ବିପଦ ଅଛି । ମୋ ଫେସବୁକ ଆକାଉଣ୍ଟ  ହ୍ୟାକ କରି ମୋତେ ଅନେକ ଅଶ୍ଳୀଳ ମେସେଜ ତଥା ଧମକପୂର୍ଣ୍ଣ ଫୋନକଲ ଆସୁଛି । 

ପୂର୍ବରୁ ରାନୀ ଆକଟ୍ରେସ ନାଁରେ ଥିବା ଫେସବୁକ ଆକାଉଣ୍ଟକୁ କେହିଜଣେ ପରିବର୍ତ୍ତନ କରି ସାଗରିକା ମହାନ୍ତି ଜ୍ୟୋତି ନାଁରେ ବ୍ୟବହାର କରୁଛନ୍ତି । ଯାହାକୁ ତୁରନ୍ତ ଚିହ୍ନଟ କରାଯିବା ସହ ଏ ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରି ସତ ସାମ୍ନାକୁ ଆଣୁ ଓ ମୋତେ ଉପଯୁକ୍ତ ନ୍ୟାୟ ମିଳୁ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ରାନୀ । ତେବେ ଏହା କେବଳ ପବ୍ଲିସିଟି ଷ୍ଟଣ୍ଟ ହୋଇପାରେ ବୋଲି ମଧ୍ୟ ଆଲୋଚନା କରିଛନ୍ତି ସମାଲୋଚକ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.