ସୁନ୍ଦରଗଡ:ପରୀକୁ ନ୍ୟାୟ ଦାବିରେ ରାଉରକେଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପରୀ ଅପହରଣ ଏବଂ ହତ୍ୟାକାଣ୍ଡର ଉପଯୁକ୍ତ ତଦନ୍ତ ଦାବି କରିଛି ବିଜେପି । ରାଉରକେଲା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ନିହାର ରାୟଙ୍କ ଅଧ୍ୟକ୍ଷତାରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ବହୁଚର୍ଚ୍ଚିତ ନୟାଗଡ 6 ବର୍ଷର କୁନିଝିଅ ପରୀ ହତ୍ୟାକାଣ୍ଡର ନ୍ୟାୟଦାବିରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଏନେଇ ଆଜି(ରବିବାର) ରାଉରକେଲାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାମଲାରେ ସମ୍ପୃକ୍ତ ଦୋଷୀଙ୍କୁ ଦଣ୍ଡଦେବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି ବିଜେପି । ଏଥିସହ ବାବୁଲି ନାୟକଙ୍କ ଗିରଫଦାରୀ ଦାବି କରିଛି ବିଜେପି । ସେହିପରି ପରୀ ଭଳି ସାରା ରାଜ୍ୟରୁ ନିରୁଦ୍ଦିଷ୍ଟ ଥିବା 5 ହଜାର 503 ଜଣ ଶିଶୁ ମାମଲାରେ ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛି ବିଜେପି । ରାଉରକେଲା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ନିହାର ରାୟଙ୍କ ଅଧ୍ୟକ୍ଷତାରେ ଏହି ବିରାଟ ପଦଯାତ୍ରା କରାଯାଇଥିଲା ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ