ରାଉରକେଲା: ଇସ୍ପାତ ସହରରେ ପ୍ରବଳ ବର୍ଷା ଫଳରେ ଗୁରୁବାର ସକାଳେ ଏକ ବଡ଼ ଗଛ ଉପୁଡି ପଡି ଆମ୍ବୁଲାନ୍ସ ଉପରେ ପଡିଯାଇଛି । ଫଳରେ ଆମ୍ବୁଲାନ୍ସର ଡ୍ରାଇଭର ଗୁରୁତର ହୋଇଛନ୍ତି ।
ଗୁରୁତର ଡ୍ରାଇଭରଙ୍କୁ ଚିକିତ୍ସା ଆଇଜିଏଚରେ ଭର୍ତ୍ତି କରାଯାଇଛି । ସୂଚନାଥାଉକି, ରାଉରକେଲା ରିଙ୍ଗରୋଡ଼ର କୋଣାର୍କ ସିନେମା ହଲ ପାଖରେ ଏହି ଅଘଟଣ ଘଟିଛି । ସକାଳ 8 ଟାରେ ଆମ୍ବଲାନ୍ସ ଟି ଯାଉଥିବା ବେଳେ ଗଛଟି ପଡିଯାଇଥିଲା । ସୌଭାଗ୍ୟବଶତଃ ଆମ୍ବୁଲାନ୍ସ ରେ କେହି ରୋଗୀ ନଥିଲେ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ