ରାଉରକେଲା: ଜନ୍ମ କଲା ଶିଶୁକୁ ଛାଡି ଚାଲିଗଲା ମା । ଝାଡଖଣ୍ଡରୁ ଛତିଶଗଡ଼ ଯାଉଥିବା ପ୍ରବାସୀ ଶ୍ରମିକ ମାନଙ୍କ ମଧ୍ୟରେ ଜଣେ ମହିଳା ଏକ ଶିଶୁ ପୁତ୍ର ଜନ୍ମ କରି ଛାଡି ଚାଲି ଯାଇଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ବ୍ରାହ୍ମଣୀତରଙ୍ଗ ସାନ ନୂଆଗାଁରେ ।
ଏହାପରେ ଗ୍ରାମବାସୀ ଚାଇଲ୍ଡ ହେଲ୍ପଲାଇନକୁ ଖବର ଦେବା ଅଧିକାରୀ ମାନେ ଗାଁରେ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି । ଏହାପରେ ଅଧିକାରୀମାନେ ଶିଶୁଟିକୁ ରାଉରକେଲା ମେଡିକାଲରେ ଭର୍ତ୍ତି କରାଇଛନ୍ତି ।
ତେବେ ଏକ ତଥା କଥିତ ସଭ୍ୟ ସମାଜରେ ଏକ ମା କେଉଁ ପରିସ୍ଥିତିରେ ନିଜ ଜନ୍ମ କଲା ଶିଶୁପୁତ୍ରକୁ ଏପରି ଛାଡିବା ପାଇଁ ବାଧ୍ୟ ହେଲେ ତାହା ଆଲୋଚନା ବିଷୟ ପାଲଟିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ