ETV Bharat / city

ସ୍ପଞ୍ଜ ଆଇରନ କାରଖାନାରେ ଅଘଟଣ: ଅଣନିଶ୍ବାସୀ ହୋଇ 2 ଶ୍ରମିକ ମୃତ - 2 workers dead in rourkela

ସୁନ୍ଦରଗଡର ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଆଇଡିସି ଅଞ୍ଚଳରେ ଅଘଟଣ । ସ୍ଥାନୀୟ ଅଞ୍ଚଳରେ ଥିବା ପୂଜା ସ୍ପଞ୍ଜ ଆଇରନ କାରଖାନାରେ ଅଣନିଶ୍ବାସୀ ହୋଇପଡିବାରୁ 2 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

2 workers dead in rourkela
ପୂଜା ସ୍ପଞ୍ଜ ଆଇରନ କାରଖାନାରେ ଅଘଟଣ
author img

By

Published : Jan 7, 2020, 9:46 AM IST

ରାଉରକେଲା: ସୁନ୍ଦରଗଡର ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଆଇଡିସି ଅଞ୍ଚଳରେ ଅଘଟଣ। ସ୍ଥାନୀୟ ଅଞ୍ଚଳରେ ଥିବା ପୂଜା ସ୍ପଞ୍ଜ ଆଇରନ କାରଖାନାରେ ଅଣନିଶ୍ବାସୀ ହୋଇପଡିବାରୁ 2 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକଦ୍ବୟ ହେଉଛନ୍ତି ଅଜୟ ସମଦ ଏବଂ ପଙ୍କଜ କେର୍କେଟା।

କାରଖାନାର ଫର୍ଣ୍ଣେସ ସଫା କରିବା ବେଳେ ଅଣନିଶ୍ବାସୀ ହୋଇ 2 ଜଣ ସଂଜ୍ଞାହୀନ ହୋଇ ପଡିଯାଇଥିଲେ। ଉଭୟଙ୍କୁ ରାତି ପ୍ରାୟ 9.30ରେ ସରକାରୀ ଡାକ୍ତରଖାନା ଅଣାଯାଇଥିଲା। ମାତ୍ର ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏ ଘଟଣାକୁ ନେଇ କାରଖାନା ପରିସରରେ ଏବଂ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଘଟଣା ପରେ ଏହି କାରଖାନାରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ଅଭିଯୋଗ ହୋଇଛି। ସେପଟେ ପୋଲିସ ଏ ଘଟଣାର ତଦନ୍ତ କରୁଛି।

ପୂଜା ସ୍ପଞ୍ଜ ଆଇରନ କାରଖାନାରେ ଅଘଟଣ

ବାରମ୍ବାର ଶ୍ରମିକ ସୁରକ୍ଷା ପ୍ରତି କାରଖାନାରେ ନିୟମକୁ ଅଣଦେଖା କରାଯାଉଥିବାରୁ ଏହି ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ହେଉଛି। ପ୍ରାୟ 5 ବର୍ଷ ତଳେ ଅନୁରୂପ ଭାବେ ଅନ୍ୟ ଏକ ସ୍ପଞ୍ଜ ଆଇରନ କାରଖାନାରେ ଦୁର୍ଘଟଣା ଘଟିବାରୁ 4 ଜଣ ଶ୍ରମିକ ପ୍ରାଣ ହରାଇଥିଲେ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା _ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ IDC ଅଞ୍ଚଳରେ ଥିବା ପୂଜା ସ୍ପଞ୍ଜ ଆଇରନ କାରଖାନା ରେ ଅଣନିଶ୍ୱାସୀ ହୋଇ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ମୃତକ ମାନେ ହେଲେ ଅଜୟ ସମଦ ଏବଂ ପଙ୍କଜ କେର୍କେଟା ।

Body: କାରଖାନା ର ଫରନେସ ସଫା କଲା ବେଳେ ଅଣନିଶ୍ୱାସୀ ହୋଇ ଦୁଇଜଣ ସଂଜ୍ଞାହୀନ ହୋଇ ପଡିଯାଇଥିଲେ । ଉଭୟ ଙ୍କୁ ରାତି ସାଢ଼େ ନଅ ଟା ରେ ସରକାରୀ ଡାକ୍ତରଖାନା ଅନା ଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ କାରଖାନା ପରିସରରେ ଏବଂ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ଅନୁସନ୍ଧାନ କରୁଛି ।

Conclusion:ଶ୍ରମିକ ସୁରକ୍ଷା ପ୍ରତି କାରଖାନା ଗୁଡିକରେ ନିୟମ କୁ ଅଣଦେଖା କର ଯାଉ ଥିବାରୁ ଏହି ଅଂଚଲ ରେ ବାରଂବାର ଦୁର୍ଘଟଣା ହେଉଛି। 5 ବର୍ଷ ତଳେ ଅନୁରୂପ ଭାବେ ଅନ୍ୟ ଏକ ସ୍ପଞ୍ଜ ଆଇରନ କାରଖାନାରେ ଦୁର୍ଘଟଣା ଘଟି 4 ଜଣ ଶ୍ରମିକ ମୃତ୍ୟୁ ବରଣ କରିଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.