ETV Bharat / city

ଫୁଦପୁରରୁ 14 ଦାଦନ ଶ୍ରମିକ ଉଦ୍ଧାର

ଉତ୍ତରପ୍ରଦେଶ ଆଜମଗଡ଼ ଜିଲ୍ଲାର ଫୁଦପୁରର ଇଟାଭାଟିରୁ 14 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର 14 ଜଣଙ୍କ ମଧ୍ୟରେ 5 ପୁରୁଷ, 4 ମହିଳା ଏବଂ 5 ଶିଶୁ ଅଛନ୍ତି । ଅଧିକ ପଢନ୍ତୁ...

od_rklbonded labour rescued
ଫୁଦପୁରରୁ 14 ଦାଦନ ଶ୍ରମିକ ଉଦ୍ଧାର
author img

By

Published : Feb 14, 2020, 1:18 AM IST

ରାଉରକେଲା: ଉତ୍ତରପ୍ରଦେଶ ଆଜମଗଡ଼ ଜିଲ୍ଲାର ଫୁଦପୁରର ଇଟାଭାଟିରୁ 14 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର 14 ଜଣଙ୍କ ମଧ୍ୟରେ 5 ପୁରୁଷ, 4 ମହିଳା ଏବଂ 5 ଶିଶୁ ଅଛନ୍ତି ।

ଫୁଦପୁରରୁ 14 ଦାଦନ ଶ୍ରମିକ ଉଦ୍ଧାର

ସୂଚନାନୁସାରେ, ଦଲାଲ ବବଲୁ ସିଂଙ୍କ ଜରିଆରେ 4 ମାସ ପୂର୍ବରୁ ରାଉରକେଲା ଗୋପବନ୍ଧୁପାଲି ଅଞ୍ଚଳରୁ 3 ଜଣ ଏବଂ ମାଲଗୋଦାମ ଅଞ୍ଚଳରୁ 3 ଜଣ ଇଟାଭାଟିରେ କାମ କରିବାକୁ ବାରଣାସୀ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଶ୍ରମିକଙ୍କ ସହ କିଛିଦିନ ସବୁ ଠିକ୍ ଚାଲିଥିଲା । ମାତ୍ର ପରେ ଆରମ୍ଭ ହୋଇଥିଲା ଅତ୍ୟାଚାର । ଦିନରେ ଗଣ୍ଡେ ଖାଇବାକୁ ଦେଇ ଇଟା ଭାଟିରେ କାମ କରାଉଥିଲେ । ଆଉ ଭାଟି ମାଲିକର ଅକଥନୀୟ ଅତ୍ୟାଚାର ସହିନପାରି ରବୀନ୍ଦ୍ର ନାଗ ନାମକ ଜଣେ ଶ୍ରମିକ କ୍ୟାମ୍ପରୁ କେଉଁଆଡେ ଚାଲିଯାଇଥିଲେ । ବର୍ତ୍ତମାନ ସୁଦ୍ଧା ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ସେହିପରି ଜିତୁ ଓରାମ ନାମକ ଆଉ ଜଣେ ଶ୍ରମିକ ଖସି ଆସି ରାଉରକେଲାରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଘଟଣାଟି ଜଣାପଡିଥିଲା । ଏ ବାବଦରେ ପ୍ଲାଣ୍ଟ ସାଇଟ ଥାନାରେ ଏତଲା ହେବା ସହ ଶ୍ରମ ବିଭାଗ ମଧ୍ୟ ମାମଲାର ତଦନ୍ତ ଆରମ୍ଭ କରିଥିଲେ । ଘଟଣାଟି 'ମୋ ସରକାର'ରେ ମଧ୍ୟ ଅବଗତ କରାଗଲା । ଏହା ପରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଳାନ୍ ଏବଂ ରାଉରକେଲା ଏସପି କେ ଶିବା ସୁବ୍ରମନିଙ୍କ ନିର୍ଦ୍ଦେଶରେ ଏକ ଟିମ ବାରଣାସୀରେ ପଶି ରହିଥିବା 6 ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ହେଲେ ଇଟା ଭାଟିରୁ 6 ପରିବର୍ତ୍ତେ ଉଦ୍ଧାର ହୋଇଥିଲେ 14 ଜଣ ଦାଦନ ଶ୍ରମିକ ।

ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ଯେ, ପୋଲିସ ଇଟାଭଟା ମାଲିକଙ୍କଠାରୁ ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେବାରେ ସମର୍ଥ ହୋଇଥିଲେ । ଏହାପରେ ଉଦ୍ଧାର ଶ୍ରମିକଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଯାଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଖଣି ଖଦାନ ତଥା କଳକାରଖାନା ରହିବା ସହିତ ସରକାରୀ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି । ତଥାପି ଜିଲ୍ଲାରେ ଦଲାଲ ସକ୍ରିୟ ରହୁଛନ୍ତି । ତେଣୁ ଦାଦନ ଶ୍ରମିକଙ୍କ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନକୁ କଡା ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.