ପୁରୀ:ପେଟ୍ରୋଲ ପମ୍ପରେ ଅଭାବନୀୟ ଘଟଣା । ଦୁଇ ଜଣଙ୍କ ଭିତରେ ଗଣ୍ଡଗୋଳକୁ ନେଇ ବାଇକରେ ନିଆଁ ଲଗାଇଦେଲେ ଯୁବକ । ତେବେ ସୌଭାଗ୍ୟବଶତଃ ପେଟ୍ରୋଲ ପମ୍ପ କର୍ମଚାରୀ ଅଗ୍ନି ନିର୍ବାପକ ଯନ୍ତ୍ର ଆଣି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିବାରୁ ଏକ ବଡ ଧରଣର ଅଘଟଣକୁୁ ଟାଳିବା ସମ୍ଭବ ହୋଇପାରିଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ପେଣ୍ଠକଟା ପେଟ୍ରୋଲ ପମ୍ପରେ ।
ତେବେ ବାଇକରେ ନିଆଁ ଲଗାଇଥିବା ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିବା ବେଳେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ପେଟ୍ରୋଲ ପମ୍ପ ପରି ସମ୍ବେଦନଶୀଳ ସ୍ଥାନରେ ଏପରି ଅଗ୍ନିକାଣ୍ଡ ଘଟାଇବା ପୁରୀ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ