ETV Bharat / city

ବାତ୍ୟା ପରେ ଜଳକଷ୍ଟରେ ଡହଳବିକଳ ବ୍ରହ୍ମଗିରିବାସୀ - fani

ଫନି ଠାରୁ ବଳିଗଲା ଜଳ କଷ୍ଟ । ପାଣି ଟୋପାଏ ପାଇଁ ଡହଳବିକଳ ବ୍ରହ୍ମଗିରିବାସୀ । ବାତ୍ୟାରେ ସମ୍ପୂର୍ଣ୍ଣ ଦୂଷିତ ହୋଇଯାଇଛି ଜଳାଶୟ । ଯେଉଁ ପାଣି ପିଇବା ତ ଦୂରର କଥା ଗୋଡ ବୁଡାଇଲେ କୁଣ୍ଡାଇ ହେଉଛି ।

ଫଟୋ ସୌଜନ୍ୟ: ପ୍ରତିନିଧି,ବ୍ରହ୍ମଗିରି
author img

By

Published : May 16, 2019, 5:40 PM IST

ବ୍ରହ୍ମଗିରି : ଫନି ଠାରୁ ବଳିଗଲା ଜଳ କଷ୍ଟ । ଆଉ ପ୍ରଶାସନ ପାଲଟିଛି ନିରବଦ୍ରଷ୍ଟା । ପ୍ରଳୟଙ୍କରୀ ବାତ୍ୟା ଫନି ଦୋହଲାଇ ଦେଇଛି ଵ୍ରହ୍ମଗିରିର ମେରୁଦଣ୍ଡ। । ବାତ୍ୟା ଯିବାର 12 ଦିନ ବିତି ଯାଇଥିଲେ ମଧ୍ୟ ବ୍ରହ୍ମଗିରି ବ୍ଲକର ସୀମାନ୍ତ ଗ୍ରାମ ତଥା ତଳମାଳ ପଞ୍ଚାୟତର ବଡ଼ବାଲି ଓ ପୋଡାକେରା ଗ୍ରାମରେ ଦେଖାଦେଇଛି ଜଳ ସଙ୍କଟ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ବ୍ରହ୍ମଗିରି

2ଟି ଗ୍ରାମ ନିକଟରେ ବୋହି ଯାଇଛି ଲୁଣା ନଦୀ । ସେହି ନଦୀ ପାଣି ଆଣି ଗ୍ରାମବାସୀ ନିତିଦିନିଆ କାମରେ ବ୍ୟବହାର କରିଥାନ୍ତି । କିନ୍ତୁ ଗ୍ରାମବାସୀଙ୍କ କହିବା ଅନୁଯାୟୀ ବାତ୍ୟା ଫନି ଯିବାର ପର ଦିନ ଠାରୁ ନଦୀ ପାଣି ଦୂଷିତ ହୋଇଯାଇଛି।ସମ୍ପୂର୍ଣ୍ଣ କଳା ହୋଇଯାଇଛି ନଦୀ ପାଣି । ପିଇବା ଦୂର କଥା ପାଣିରେ ଗୋଡ ବୁଡାଇଲେ କୁଣ୍ଡାଇ ହେବା ସହ ଚର୍ମ ରୋଗ ହୋଇଯାଉଛି ।

ନଦୀ ପାଣି ପିଇ ଗାଈଗୋରୁ ମଲେଣି । ପାଣିରେ ପ୍ରତିଦିନ ମାଛ ଓ କୀଟ ପତଙ୍ଗ ମରି ଭାସୁଥିବାର ଲୋକେ ଅଭିଯୋଗ କରିଛନ୍ତି । ଦୁଇ ଗାଁରେ ଥିବା 5 ଟି ଢ଼ିଙ୍କିଆ କଳ ମଧ୍ୟରୁ 4ଟି ଅଚଳ ହୋଇ ପଡ଼ିଛି । ଗୋଟିଏ କଳରେ 122 ପରିବାରର 700 ସାହିରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରୁଛନ୍ତି । ତାହା ମଧ୍ୟ ସମୟେ ସମୟେ ଖରାପ ହେଉଥିବା କହିଛନ୍ତି ଗ୍ରାମବାସୀ ।

ବାତ୍ୟା ପରେ ଘର ଓ ଖାଦ୍ୟ ପାଇଁ ଡହଳ ବିକଳ ହେଉଥିବା ଲୋକଙ୍କୁ ଜଳ କଷ୍ଟ ବୋଝ ଉପରେ ଲଲିତା ବିଡା ସାଜିଛି । ବ୍ଲକର ସୀମାନ୍ତ ଗ୍ରାମ ହୋଇଥିବାରୁ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହି ଯାଇଛି । ବାରମ୍ବାର ଜଳସେଚନ ବିଭାଗ ଓ ବ୍ଲକ ଅଧିକାରୀଙ୍କ ପାଖରେ ଗୁହାରି କଲେ ମଧ୍ୟ କେହି ଶୁଣୁ ନାହାଁନ୍ତି । ଏହାର ସମାଧାନ କରା ନଗଲେ ଗ୍ରାମବାସୀ ଅନ୍ଦୋଳନ କରିବାର ଚେତାବନୀ ଦେଇଛନ୍ତି । ଖୁବ ଶୀଘ୍ର ସେହି ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳର ସୁବିଧା କରାଯିବ ବୋଲି ସ୍ଥାନୀୟ ବିଡିଓ ପ୍ରତିଶୃତି ଦେଇଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ

16.5. 19 Brahmagiri,Debashish Das
ଫୋନି ଠୁ ବଳି ଗଲା ଜଳ କଷ୍ଟ,ପ୍ରଶାସନ ନିରବ।
ପ୍ରଳୟଙ୍କରୀ ବାତ୍ୟା ଫୋନି ଦୋହଲାଇ ଦେଇଛି ଵ୍ରହ୍ମଗିରିର ମେରୁଦଣ୍ଡ ।ତାର କରାଳ ରୂପରୁ କିବା ପ୍ରାଣୀ କିବା ଯିବ ଜଗତ କେହି ବର୍ତୀ ନାହାନ୍ତି।
ବାତ୍ୟା ଯିବାର 14ଦିନ ବିତି ଯାଇଥିଲେ ମଧ୍ୟ ବ୍ରହ୍ମଗିରି ବ୍ଲକ ର ସୀମାନ୍ତ ଗ୍ରାମ ତଥା ତଳମାଳ ପଞ୍ଚାୟତ ର ବଡ଼ବାଲି ଓ ପୋଡାକେରା ଗ୍ରାମରେ ଦେଖାଦେଇଛି ଜଳର ଅଭାବ। 2ଟି ଗ୍ରାମ ନିକଟରେ ବୋହି ଯାଇଛି ଲୁଣା ନଦୀ।ସେହି ନଦୀ ପାଣି ଆଣି ଗ୍ରାମର ଲୋକମାନେ ଦୈନ ଦିନ କାଯ୍ୟ କରିଥାନ୍ତି। କିନ୍ତୁ ଗ୍ରାମବାସୀ କହିବା ଅନୁଯାୟୀ ବାତ୍ୟା ଫୋନି ଯିବା ର ପର ଦିନ ଠାରୁ ନଦୀ ପାଣି ଦୂଷିତ ହୋଇଯାଇଛି।ସମ୍ପୂର୍ଣ କଳା ହୋଇଯାଇଛି ନଦୀ ପାଣି।ପିଇବା ଦୁର କଥା ପାଣିରେ ଗୋଡ ବୁଡାଇଲେ କୁଣ୍ଡାଇ ହେବା ସହ ଚର୍ମ ରୋଗ ହୋଇ ଯାଉଛି। 
ନଦୀ ପାଣି ପିଇ ଗାଇଗୋରୁ ମଲେଣି। ପାଣିରେ ପ୍ରତିଦିନ ମାଛ ଓ କୀଟ ପତଙ୍ଗ ମରି ଭାସୁଥିବାର ଲୋକେ ଅଭିଯୋଗ କରିଛନ୍ତି।
2ଟି ଗ୍ରାମରେ ଥିବା 5 ଟି ଢ଼ିଙ୍କିଆ କଳ ମଧ୍ୟରୁ 4ଟି ଅଚଳ ହୋଇ ପଡ଼ିଛି। ଗୋଟିଏ କଳ ରେ 122 ପରିବାରର 700 ସାହରୁ ଉର୍ଦ୍ଧ ଲୋକ ନିର୍ଭର କରୁଛନ୍ତି।ତାହା ମଧ୍ୟ ସମୟେ ସମୟେ ଖରାପ ହେବାର କହୁଥିବା ବେଳେ ଆମ ଉପସ୍ଥିତ ରେ ତାହା ମଧ୍ୟ ଖରାପ ହୋଇଗଲା।
ବାତ୍ୟା ପରେ ଘର ଓ ଖାଦ୍ୟ ପାଈଁ ଡହଳ ବିକଳ ହେଉଥିବା ଲୋକଙ୍କୁ ଜଳ କଷ୍ଟ ବୋଝ ଉପରେ ଲଲିତା ବିଡା ସାଜିଛି।
ବ୍ଲକ ର ସୀମାନ୍ତ ଗ୍ରାମ ହୋଇଥିବାରୁ ପ୍ରଶାସନର ଦୁଷ୍ଠୀ ଆଢ଼ୁଆଳରେ ରହି ଯାଇଛି।ବାରମ୍ବାର ଜଳସେଚନ ବିଭାଗ ଓ ବ୍ଲକ ଅଧିକାରୀଙ୍କ ପାଖରେ ଗୁହାରି କଲେ ମଧ୍ୟ କେହି ଶୁଣୁ ନ ଥିବାର ଅଭିଯୋଗ କରିବା ସହ ଏହାର ସମାଧାନ କରାନଗଲେ 2ଟି ଗ୍ରାମର ଲୋକେ ଅନ୍ଦୋଳନ କରିବାର ଚେତାବନୀ ଦେଇଛନ୍ତି।
ଏ ନେଇ ବ୍ରହ୍ମଗିରି ବିଡ଼ିଓ କୁହନ୍ତି ଆମ ଦୁଷ୍ଠୀ ରେ ଏହା ନଥିଲା ।ଖୁବ ଶୀଘ୍ର ସେହି ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳର ସୁବିଧା କରାଯିବ। 
Deford 
BYTE 1 Bhaskar ch raita . Bdo
Visual send byte send by whats up.

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.