ପୁରୀ: ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ପୁରୀ ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟରେ ଚାଲିଛି ଭୋଟ ଗଣତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷା କଡାକଡି ରହିବା ସହ ପୋଲିସ ପିକେଟିଂ ବ୍ୟବସ୍ଥା କରାଯାଇଛି । ମୁଖ୍ୟତଃ ବିନା ପରିଚୟ ପତ୍ରରେ ପ୍ରବେଶକୁ ବାରଣ କରାଯାଇଥିବା ବେଳେ କାଉଣ୍ଟର ମଧ୍ୟକୁ ମୋବାଇଲ ଫୋନ ସମ୍ପୂର୍ଣ୍ଣ ରୂପେ ନିଷେଧ ଅଛି ।
ତେବେ ଜିଲ୍ଲାରେ ମୁତୟନ ହୋଇଥିବା ତ୍ରିସ୍ତରୀୟ ବଳୟରେ କେନ୍ଦ୍ରୀୟ ବଳ ଓ ରାଜ୍ୟ ପୋଲିସ ସାମିଲ ଅଛନ୍ତି । ଏନେଇ କୌଣସି ପ୍ରକାର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ ବୋଲି ପୁରୀ ଏସପି ଉମାଶଙ୍କର ଦାସ ଇଟିଭି ଭାରତକୁ ସାକ୍ଷାତକାରରେ ସୂଚନା ଦେଇ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ