ETV Bharat / city

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

author img

By

Published : Oct 18, 2019, 7:39 PM IST

ଭଡାରେ ଲାଗିଛି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ । ଘଟଣା ବିଷୟରେ ଅଭିଯୋଗ ପାଇବା ପରେ ମହାବିଦ୍ୟାଳୟରେ ଭିଜିଲାନ୍ସ ଟିମର ଚଢ଼ାଉ। ଅଧିକ ଖବର ପଢନ୍ତୁ...

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

ପୁରୀ: ଦୁର୍ନୀତି ଅଭିଯୋଗରେ ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ। କଲେଜର ଥିବା ସମ୍ମିଳନୀ କକ୍ଷକୁ ଭଡା ଲଗାଇବା ନାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ କଲେଜର ଅଧ୍ୟକ୍ଷ ଡକ୍ଟର ସୁଦର୍ଶନ ବେହେରାଙ୍କୁ ଭିଜିଲାନ୍ସ ଜେରା କରିବା ସହ ଏହି ସମ୍ପର୍କିତ ବହୁ କାଗଜ ପତ୍ର ଭିଜିଲାନ୍ସ ଜବତ କରିଛି।

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

ସୂଚନା ଅନୁଯାୟୀ, କଲେଜରେ ଥିବା ସମ୍ମିଳନୀ କକ୍ଷକୁ ଭଡା ସୁତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଦିଆଯାଉଥିଲା । ଏଥିପାଇଁ ମୋଟା ଅଙ୍କର ଟଙ୍କା ମଧ୍ୟ ଆଦାୟ ହେଉଥିଲା । ହେଲେ ଏହା କଲେଜ ଆକାଉଣ୍ଟକୁ ନଯାଇ ଦୀର୍ଘ ବର୍ଷ ହେବ ହରିଲୁଟ କରାଯାଇଥିଲା । ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଥିବା ଏକ ଅଭିଯୋଗକୁ ନେଇ ଶୁକ୍ରବାର ପୁରୀ ଜିଲ୍ଲା ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି।

ତେବେ ଏହି ଚଢ଼ାଉରୁ ଦୁର୍ନୀତି ନେଇ ପ୍ରମାଣ ମିଳିଛି ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ଅଫିସର କହିଛନ୍ତି। ଅନ୍ୟପଟେ କଲେଜ ଅଧ୍ୟକ୍ଷ ମଧ୍ୟ ଦୁର୍ନୀତି କଥାକୁ ସ୍ବୀକାର କରିଛନ୍ତି। ଜଣେ ପୂର୍ବତନ ଅବସରପ୍ରାପ୍ତ କ୍ଳର୍କ ଓ ଏବେ ଥିବା ଦାୟିତ୍ବରେ କ୍ଳର୍କ ଜଣକ ଏହି ଦୁର୍ନୀତି କରିଥିବା କଲେଜ ଅଧ୍ୟକ୍ଷ କହିଛନ୍ତି। ତେବେ ଏ ସମ୍ପର୍କିତ ତଥ୍ୟ ଭିଜିଲାନ୍ସକୁ ଦିଆଯାଇଛି। ଆଇନ ଅନୁଯାୟୀ ଭିଜିଲାନ୍ସ ପଦକ୍ଷେପ ନେବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଭିଜିଲାନ୍ସ ଚଢ଼ାଉ।

Body:ପୁରୀ ର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଆଜି ଭିଜିଲାନ୍ସ ଟିମ ଚଢ଼ାଉ କରିଛି। କଲେଜ ର ଥିବା ସମିଳନୀ କକ୍ଷ କୁ ଭଡା ଲଗାଇବା ନାମରେ ବ୍ୟପକ ଦୁର୍ନୀତି ଅଭିଯୋଗ କୁ ନେଇ ଭିଜିଲାନ୍ସ ଆଜି ଚଢ଼ାଉ କାରିଥିଲା। କଲେଜ ର ଅଧ୍ୟକ୍ଷ ଡକ୍ଟର ସୁଦର୍ଶନ ବେହେରା ଙ୍କୁ ଭିଜିଲାନ୍ସ ଜେରା କରିବା ସହ ଏହି ସମ୍ପର୍କିତ ବୋହୁ କାଗଜ ପତ୍ର ଭିଜିଲାନ୍ସ ଜବତ କରିଛି। ସୂଚନା ଅନୁଜୟୀ କଲେଜ ର ଥିବା ସମିଳନୀ କକ୍ଷ କୁ ଭଡା ସୁତ୍ର ରେ ବିଭି ନ କାର୍ଯ୍ୟକ୍ରମ ପାଇଁ ଦିଆଯାଉଥିଲା। ଏଥିପାଇଁ ମୋଟା ଅଙ୍କର ଟଙ୍କା ମଧ୍ୟ ଆଦାୟ ହେଉଥିଲା। ହେଲେ ଏହା କଲେଜ ଏକାଉଣ୍ଟ କୁ ନ ଯାଇ ଦୀର୍ଘ ବର୍ଷ ହେବ ହରିଲୁଟ କରାଯାଇ ଥିଲା। ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଥିବା ଏକ ଅଭିଯୋଗ କୁ ନେଇ ଆଜି ପୁରୀ ଜିଲା ଭିଜିଲାନ୍ସ ବିଭାଗ ଚଢ଼ାଉ କାରିଥିଲା। ତେବେ ଏହି ଚଢ଼ାଉ ରୁ ଦୁର୍ନୀତି ନେଇ ପ୍ରମାଣ ମିଳିଛି ଓ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ କହିଛି। ଅନ୍ୟପଟେ କଲେଜଅଧ୍ୟକ୍ଷ ମଧ୍ୟ ଦୁର୍ନୀତି କଥା କୁ ସ୍ୱୀକାର କରିଛନ୍ତି। ଜଣେ ପୂର୍ବତନ ଅବସରପ୍ରାପ୍ତ କ୍ଳର୍କ ଓ ଏବେ ଥିବା ଦାୟିତ୍ୱ ରେ କ୍ଳର୍କ ଜଣକ ଏହି ଦୁର୍ନୀତି କରିଥିବା କଲେଜ ଅଧ୍ୟକ୍ଷ କହିଛନ୍ତି। ତେବେ ଏ ସମ୍ପର୍କିତ ତଥ୍ୟ ଭିଜିଲାନ୍ସ କୁ ଦିଆଯାଇଛି। ଆଇନ ଅନୁଯାୟୀ ଭିଜିଲାନ୍ସ ପଦକ୍ଷେପ ନେବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି।

ବାଇଟ,, ହର ମୋହନ ପତି,, ଭିଜିଲାନ୍ସ ଡ଼ିଏସପି, ପୁରୀ
ବାଇଟ2,, ସୁଦର୍ଶନ ବେହେରା, ଅଧ୍ୟକ୍ଷ,, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ftp ରେ ଭିଜୁଆଲ ବାଇଟ ଯାଇଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.