ପୁରୀ: ଦାରୁବ୍ରହ୍ମଙ୍କ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଆଜି (ଗୁରୁବାର) ପୁରୀ ଗସ୍ତରେ ଆସି ପ୍ରତାପ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସିଂହଦ୍ବାର ନିକଟରେ ମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ମନ୍ଦିର ପ୍ରଶାସନ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଶ୍ବ ବ୍ରହ୍ମାଣ୍ଡଙ୍କ ଦର୍ଶନ କରି ସେ ବହୁତ ଖୁସି ଥିବା କହିଛନ୍ତି ।
ଏହାସହ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏନଆରସିକୁ ନେଇ ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯାହା ଦେଶର ସଂସଦ ଅନୁମୋଦନ କରିଛି ତାକୁ ସଂଘୀୟ ବ୍ୟବସ୍ଥାରେ କୌଣସି ରାଜ୍ୟ ବିରୋଧ କରିବା ବେଆଇନ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ