ETV Bharat / city

ଆଇସକ୍ରିମ କାଠିରେ ଅଲମ୍ପିକ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା

ଆଇସକ୍ରିମ କାଠିରେ ଟୋକିଓ ଅଲମ୍ପିକ୍ସରେ ଯୋଗଦେଇଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା । ଏଭଳି କିଛି ନିଆରା କଳାକୃତି କରି ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ପୁରୀର ଦୁଇ ଆଇସକ୍ରିମ କାଠି କଳାକାର । ଅଧିକ ପଢ଼ନ୍ତୁ...

author img

By

Published : Jul 26, 2021, 5:44 PM IST

ଆଇସକ୍ରିମ କାଠିରେ ଅଲମ୍ପିକ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା
ଆଇସକ୍ରିମ କାଠିରେ ଅଲମ୍ପିକ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା

ପୁରୀ: ଚତୁର୍ଥ ଦିନରେ ପହଞ୍ଚିଛି ଟୋକିଓ ଅଲମ୍ପିକ୍ସ । କ୍ରୀଡ଼ାର ଏହି ମହାକୁମ୍ଭରେ ଭାରତୀୟ କ୍ରୀଡ଼ାବିତଙ୍କ ଯାତ୍ରା ଜାରି ରହିଛି । ଏହାରି ମଧ୍ୟରେ ଭାରତୀୟ କ୍ରୀଡ଼ାବିତଙ୍କୁ ଆଇସକ୍ରିମ କାଠି ମାଧ୍ୟମରେ କଳାକୃତି ତିଆରି କରି ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଦୁଇ କଳାକାର । ଦୁଇ କଳାକାର ଆଇସକ୍ରିମ କାଠିରେ ତିଆରି କରିଛନ୍ତି ଟୋକିଓ ଅଲମ୍ପିକ୍ସ ଷ୍ଟାଡିୟମ । ଅଲମ୍ପିକ୍ସରେ ଯୋଗ ଦେଇଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଦେବା ଉଦ୍ଦେଶ୍ୟରେ ଏହି କଳାକୃତି ତିଆରି କରିଛନ୍ତି ଦୁଇ କଳାକାର ।

ପୁରୀର ଯୁବ ଚିତ୍ରଶିଳ୍ପୀ ବିଶ୍ବଜିତ ନାୟକ ୩୭୫ଟି ଆଇସକ୍ରିମ କାଠି ନେଇ ତିଆରି କରିଛନ୍ତି ଏକ କ୍ଷୁଦ୍ର ଅଲମ୍ପିକ୍ସ ଷ୍ଟାଡିୟମ । ଏହି କଳାକୃତିକୁ ସେ ଭାରତୀୟ ଅଲମ୍ପିଆନଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି । ଟୋକିଓ ଅଲମ୍ପିକ୍ସରେ ଭାରତ ଅଧିକରୁ ଅଧିକ ପଦକ ହାସଲ କରୁ ବୋଲି ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ।

ସେହିଭଳି ପୁରୀର ଜଣେ ଦଶମ ଶ୍ରେଣୀ ଛାତ୍ରୀ ମଧ୍ୟ ଏଭଳି କିଛି କଳାକୃତି କରି ଚର୍ଚ୍ଚାରେ ରହିଛନ୍ତି । ନନ୍ଦିନୀ ପଟ୍ଟନାୟକ ନାମକ ଏହି ଛାତ୍ରୀ ଜଣକ ପ୍ରାୟ ୮ରୁ ୧୦ ହଜାର ଆଇସକ୍ରିମ କାଠିରେ ତିଆରି କରିଛନ୍ତି ଅଲମ୍ପିକ୍ସ ଷ୍ଟାଡିୟମ । ଛାତ୍ରୀଙ୍କ ବାପା ବନାମ୍ବର ପଟ୍ଟନାୟକ ଝିଅର ଏହି କଳାକୃତି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ବର୍ତ୍ତମାନ ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିଛନ୍ତି ନନ୍ଦିନୀ ।

ଦୁଇ କଳାକାରଙ୍କ ନିଖୁଣ କଳାକୃତି ଅତ୍ୟନ୍ତ ମନୋଲୋଭା ହୋଇଛି । ଭାରତୀୟ କ୍ରୀଡ଼ାବିତଙ୍କ ଉତ୍ସର୍ଗୀକୃତ ହୋଇଥିବା ଏହି କଳାକୃତିକୁ ବେଶ ପ୍ରଶଂସା କରିଛନ୍ତି କ୍ରୀଡ଼ାପ୍ରେମୀ । ଟୋକିଓ ଅଲମ୍ପିକ୍ସରେ ଭାରତର ଯାତ୍ରା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଏହି ମହାକୁମ୍ଭରେ ଭାରତ ଏକ ରୌପ୍ୟ ପଦକ ହାସଲ କରିବାରେ ସକ୍ଷମ ହୋଇଛି । ତେବେ ଆଗକୁ ଭାରତ ଅଧିକ ମେଡାଲ ଜିତି ପାରିବ ବୋଲି ଆଶା ରଖିଛନ୍ତି ଦୁଇ କଳାକାର ।

ବ୍ୟୁରୋ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.