ETV Bharat / city

ପର୍ଯ୍ୟଟନସ୍ଥଳୀରେ ତାଲା: ପ୍ରଭାବିତ ପର୍ଯ୍ୟଟନ ଶିଳ୍ପ, ଚିନ୍ତାରେ ବ୍ୟବସାୟୀ

author img

By

Published : Jun 1, 2021, 3:25 PM IST

କୋରୋନା ପାଇଁ ରାଜ୍ୟରେ ଲକଡାଉନ ଓ ସଟଡାଉନ ବଳବତ୍ତର ରହିଛି । ଯାହାର ପ୍ରଭାବ ପଡିଛି ପର୍ଯ୍ୟଟନ ଶିଳ୍ପ ଉପରେ । ଲକଡାଉନରେ ବିଶ୍ୱର ପ୍ରମୂଖ ପର୍ଯ୍ୟଟନସ୍ଥଳୀ ଓଡିଶାର ପୁରୀ ସହର ଏବେ ଖାଁ ଖାଁ । ଅଧିକ ପଢନ୍ତୁ...

ରଭାବିତ ପର୍ଯ୍ୟଟନ ଶିଳ୍ପ, ଚିନ୍ତାରେ ବ୍ୟବସାୟୀ

ପୁରୀ: ସାରା ଦେଶକୁ ଏବେ କଲବଲ କରୁଛି କୋରୋନା । ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ କେବେଳ ଲକଡାଉନ ହିଁ ଏକମାତ୍ର ଅସ୍ତ୍ର ହୋଇଛି । ରାଜ୍ୟରେ ଲକଡାଉନ ଓ ସଟଡାଉନ ପାଇଁ ଅଖ ଚକ ସବୁ ବନ୍ଦ । ସବୁଠି ପଡିଛି ତାଲା । ଲକଡାଉନ କଟକଣାର ସିଧାସଳଖ ପ୍ରଭାବ ପଡିଛି ପୁରୀ ସହର ପର୍ଯ୍ୟଟନ ଶିଳ୍ପ ଉପରେ । ଫଳରେ ପର୍ଯ୍ୟଟକଙ୍କୁ ବିଭିନ୍ନ ସ୍ଥାନ ବୁଲାଇ ଦୁଇ ପଇସା ରୋଜଗାର କରୁଥିବା ବ୍ୟବସାୟୀ ଏବେ ଚିନ୍ତାରେ ।

ପ୍ରଭାବିତ ପର୍ଯ୍ୟଟନ ଶିଳ୍ପ, ଚିନ୍ତାରେ ବ୍ୟବସାୟୀ

ଓଡିଶାରେ ପର୍ଯ୍ୟଟନସ୍ଥଳୀ କହିଲେ ଲୋକମାନଙ୍କ ମନକୁ ଆସିଥାଏ ଜଗନ୍ନାଥ ଧାମ । ବର୍ଷକ ବାରମାସ ପୁରୀରେ ଲାଗିଥାଏ ଭ୍ରମଣକାରୀଙ୍କ ଭିଡ । କୋରୋନା ଭୟରେ ନା ଗାଡି ଗଡୁଛି ନା ପର୍ଯ୍ୟଟକ ଆସୁଛନ୍ତି । ଦୀର୍ଘ ଦୁଇବର୍ଷ ହେବ କୋରୋନା କୋପରେ ବନ୍ଦ ପଡିଛି ପୁରୀରେ ଅନେକ ପର୍ଯ୍ୟଟନସ୍ଥଳୀ । ପର୍ଯ୍ୟଟକଙ୍କ ବିନା ଅଚଳ ହୋଇଛି ଚଳଚଞ୍ଚଳ ସହର ପୁରୀ । ପୁରୀ ସମେତ କୋଣାର୍କ , ଚିଲିକା , ଖଣ୍ଡଗିରି , ଉଦୟଗିରି , ଧଉଳି , ନନ୍ଦନକାନନ ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବା ପାଇଁ ଟୁର ଟ୍ରାଭେଲ ଏଜେନ୍ସି ଠାରୁ ଗାଡି ଭଡା ନେଇ ବିଭିନ୍ନ ସ୍ଥାନ ଭ୍ରମଣ କରନ୍ତି ପର୍ଯ୍ୟଟକ । ପୁରୀ ସହରରେ ପ୍ରାୟ ଏକ ହଜାରରୁ ଅଧିକ ଟୁର ଟ୍ରାଭେଲ ଏଜେନ୍ସି ରହିଛି । ହେଲେ ପର୍ଯ୍ୟଟକ ନ ଆସିବାରୁ ହଜାର ହଜାର ବ୍ୟବସାୟୀ ଏବେ ରୋଜଗାର ହରାଇଛନ୍ତି । ଋଣ କରି ଗାଡି କିଣିଥିବା ବ୍ୟବସାୟୀ ଏବେ କିସ୍ତି ସୁଝିବା ଚିନ୍ତାରେ । ବ୍ୟବସାୟ ମାନ୍ଦା ଥିବାରୁ କେତେକ ବ୍ୟବସାୟୀ ଏହି ବ୍ୟବସାୟରୁ ମୁହିଁ ଫେରାଇବାରେ ଲାଗିଲେଣି । କେତେକ ଗାଡିକୁ ବିକ୍ରି କରି ସେହି ପଇସାରେ ଘର ଚଳାଇଲେଣି ।

ଖାଲି ଟ୍ରାଭେଲ ଏଜେନ୍ସି ନୁହେଁ ଲକଡାଉନରେ ପ୍ରଭାବରେ ପ୍ରଭାବିତ ହୋଇଛନ୍ତି ହୋଟେଲ ବ୍ୟବସାୟୀ । ଗତ ତିନି ବର୍ଷ ହେବ ବିପୁଳ କ୍ଷତି ସହୁଛନ୍ତି ହୋଟେଲିୟର । 2019ରେ ଫନି ବାତ୍ୟା , 2020ରେ କୋଭିଡର ପ୍ରଥମ ଲହର ସମେତ ଲକଡାଉନ ଆଉ ପୁଣି 2021ରେ କୋଭିଡର ପୁନରାବୃତ୍ତି ହୋଟେଲ ବ୍ୟବସାୟୀଙ୍କ ଚିନ୍ତା ବଢାଇଦେଇଛି । ପୁରୀରେ 300 ଶହ ବଡ଼ ବଡ ହୋଟେଲ ଥିବାବେଳେ ସହରରେ ମୋଟ ହୋଟେଲ,ଲଜିଂ,ହଲିଡେ ହୋମମିସାଇଲେ ମୋଟ ଏକ ହଜାରରୁ ଅଧିକ ରହିଛି । କୋଭିଡ ମହାମାରୀ କଟକଣା ବ୍ୟବସାୟକୁ ଠପ କରିଦେଇଛି । ହୋଟେଲରେ କାମ କରୁଥିବା ହଜାର ହଜାର କର୍ମଚାରୀଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାରକୁ ଠେଲି ହୋଇଯାଇଛି ।

କୋଭିଡ ମହାମାରୀ ଏବେ ବିଶ୍ବ ଅର୍ଥନୀତିକୁ ଦୋହୋଲାଇ ଦେଇଛି । ଫଳରେ ପର୍ଯ୍ୟଟନ ଶିଳ୍ପ ବିପୁଳ କ୍ଷତି ସହିଛି । କେବେ ଜିବନ ଜୀବିକା ସ୍ବାଭାବିକ ହେବ ତାହାର କିଛି ସଠିକ ଆକଳନ କରାଯାଇ ପାରିନାହିଁ । ତେବେ ସମସ୍ତ ବ୍ୟବସାୟୀଙ୍କ ପାଇଁ ରାଜ୍ୟ ସରକାରଙ୍କୁ କିଛି ପଦକ୍ଷେ ନେବାର ଆବଶ୍ୟକତା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.