ETV Bharat / city

MP Aparajita Puri Visit: ସାଂସଦଙ୍କ ଶୋଭାଯାତ୍ରାକୁ ଟମାଟୋ ମାଡ - ପୁରୀ ଗସ୍ତରେ ଅପରାଜିତା ଷଡଙ୍ଗୀ

ପୁରୀ ଶ୍ରୀମନ୍ଦିରକୁ ଯିବା ସମୟରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଯୋଭାଯାତ୍ରାକୁ ଟମାଟୋ ମାଡ଼ । ଅଧିକ ପଢନ୍ତୁ

MP Aparajita Puri Visit: ସାଂସଦଙ୍କ ଶୋଭାଯାତ୍ରାକୁ ଟମାଟୋ ମାଡ
MP Aparajita Sarangi Puri Visit: ସାଂସଦଙ୍କ ଶୋଭାଯାତ୍ରାକୁ ଟମାଟୋ ମାଡ଼
author img

By

Published : Apr 27, 2022, 3:02 PM IST

Updated : Apr 27, 2022, 3:59 PM IST

ପୁରୀ: ପୁରୀ ଗସ୍ତରେ ଆସିଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଶୋଭାଯାତ୍ରାକୁ ଟମାଟୋ ମାଡ଼ । ବଡ଼ଦାଣ୍ଡର ରଥଖଳା ନିକଟରେ ଅପରାଜିତା, ତାଙ୍କ କର୍ମୀଙ୍କ ସହ ଶ୍ରୀମନ୍ଦିରକୁ ଚାଲି ଚାଲି ଯାଉଥିବା ସମୟରେ ଜଣେ ଯୁବକ ଟମାଟୋ ମାଡ଼ କରିଥିବା ସୂଚନା । ତେବେ ଟମାଟୋ ମାଡ କରିଥିବା ଯୁବକ ଛାତ୍ର କଂଗ୍ରେସର ଜଣେ କର୍ମୀ ବୋଲି ଚର୍ଚ୍ଚା ହେଉଛି ।

MP Aparajita Puri Visit: ସାଂସଦଙ୍କ ଶୋଭାଯାତ୍ରାକୁ ଟମାଟୋ ମାଡ

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଜୋର ଧରିଥିବା ସମୟରେ ସାଂସଦ ଷଡଙ୍ଗୀଙ୍କୁ ପୁରୀ ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି । ଅପରାଜିତା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରତିବାଦରେ ପଦଯାତ୍ରାର ଆୟୋଜନ କରିଥିବା ଚର୍ଚ୍ଚା ହେଉ ଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ଅପରାଜିତା । ସେ କହିଛନ୍ତି ଯେ, ବିକାଶ କିମ୍ବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବିରୋଧ କରୁନାହିଁ, ମୁଁ କୌଣସି ପଦଯାତ୍ରା କିମ୍ବା ଆନ୍ଦୋଳନ ମନୋଭାବରେ ପୁରୀ ଆସିନାହିଁ, ବରଂ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛି । ଏପରିକି ପଦଯାତ୍ରା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଅନୁମତି ମାଗିଥିବା ପ୍ରସଙ୍ଗକୁ ମଧ୍ୟ ଖଣ୍ଡନ କରିଛନ୍ତି ଅପରାଜିତା ।

କିନ୍ତୁ ଶ୍ରୀମନ୍ଦିର ଚତୁର୍ପାଶ୍ବରେ ଚାଲିଥିବା ଖନନକୁ ବେଆଇନ କହିଛନ୍ତି ଅପରାଜିତା । ଏହାର ASI(Archaeological Survey of India) ରିପୋର୍ଟ ମାଗିବା ସହ କେଉଁ ଭିତ୍ତିରେ ରାଜ୍ୟ ସରକାର ଖନନ କରୁଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆକାଶ ମାର୍ଗରେ କୌଣସି ବିମାନ ଚଳାଚଳ ଏବଂ ନିକଟରେ ଭାରିଯାନ ଚଳାଚଳକୁ ନିଷିଦ୍ଧ କରାଯାଇ ଥିବାବେଳେ ରାଜ୍ୟ ସରକାର ଏପରି କେଉଁ ଯନ୍ତ୍ରୀ ବା ଟେକ୍ନିକାଲ ଏକ୍ସପର୍ଟଙ୍କ ପରାମର୍ଶରେ ୩୦ ଫୁଟର ଗର୍ତ୍ତ କରୁଛନ୍ତି ତା'ର ଉତ୍ତର ମାଗିଛନ୍ତି ଅପରାଜିତା । କେଉଁ ପ୍ରକାରର ସୌନ୍ଦର୍ଯ୍ୟକରଣ ହେଉଛି ଯାହା କାହାକୁ ଜଣାନାହିଁ ଏପରିକି ଖୋଦ୍ ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ଏନେଇ ଅନଭିଜ୍ଞ ବୋଲି କଟାକ୍ଷ କରିଛନ୍ତି ଅପରାଜିତା । ତେବେ ଏସବୁ ମଧ୍ୟରେ ଶୋଭାଯାତ୍ରାକୁ ଟମାଟୋ ମାଡକୁ ନେଇ ସଙ୍ଗୀନ ହେଇପଡିଛି ସାଂସଦଙ୍କ ପୁରୀ ଗସ୍ତ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 27, 2022, 3:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.