ETV Bharat / city

ପୁରୀକୁ ଛୁଟିଲେଣି ପର୍ଯ୍ୟଟକ, କଡା ସୁରକ୍ଷା ସହ ସଜାଗ ପୁରୀ ପୋଲିସ

ଆସିଲା ଶୀତ, ଛୁଟିଲେଣି ପର୍ଯ୍ୟଟକ। ବେଳାଭୂମି ବୁଲା ସହ ଠାକୁର ଦର୍ଶନ। ଏହାର ମଜା ନେବାକୁ ଦେଶ ବିଦେଶୀରୁ ଆସିଲେଣି ପର୍ଯ୍ୟଟକ। ସେପଟେ ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ସଜାଗ ପୁରୀ ପୋଲିସ।

author img

By

Published : Dec 7, 2019, 5:41 PM IST

tight security in puri
ଆସିଲା ଶୀତ, ଛୁଟିଲେଣି ପର୍ଯ୍ୟଟକ: କଡା ସୁରକ୍ଷା ସହ ସଜାଗ ପୁରୀ ପୋଲିସ

ପୁରୀ: ଆସିଗଲାଣି ପର୍ଯ୍ୟଟନ ଋତୁ। ରାଜ୍ୟକୁ ଆସିବେ ଦେଶ ବିଦେଶୀରୁ ପର୍ଯ୍ୟଟକ। ଶୀତ ସାଙ୍ଗକୁ ପର୍ଯ୍ୟଟନୀସ୍ଥଳୀ ବୁଲି ଦେଖିବାର ମଜା ସତରେ ନିଆରା । ଆଉ ତା' ସହିତ ଠାକୁରଙ୍କ ଦର୍ଶନ । ସେଥିପାଇଁ ତ ଏହି ସମୟରେ ପୁରୀକୁ କାହିଁ କେତେ ଦୂରରୁ ଛୁଟି ଆସନ୍ତି ପର୍ଯ୍ୟଟକ।ସେ ପଟେ,ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ପ୍ରସ୍ତୁତ ହେଲାଣି ପୁରୀ ପୋଲିସ। ଟୁରିଷ୍ଟ ପୋଲିସ ବିଭାଗକୁ ସୁଦୃଢ କରିବା ସହ ଅତ୍ୟାଧୁନିକ କରାଯାଇଛି। ଏପରିକି 15 ଦିନିଆ ଟ୍ରେନିଂ ମଧ୍ୟ ନେଇଛନ୍ତି ଟୁରିଷ୍ଟ ପୋଲିସ।

ଡିସେମ୍ବର-ଜାନୁଆରୀ ଏହି ଦୁଇ ମାସ ପର୍ଯ୍ୟଟକଙ୍କ ଭିଡ ଜମେ । କାଳିଆ ଦର୍ଶନ, ସମୁଦ୍ର ସ୍ନାନ ହେଉ କି ନୂଆବର୍ଷକୁ ସ୍ବାଗତ କରିବାକୁ ଏଠାକୁ ପର୍ଯ୍ୟଟକଙ୍କୁ ଆଗମନ ହୋଇଥାଏ। ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ପୁରୀ-କୋଣାର୍କ ଓ ପୁରୀ-ସାତପଡା ରାସ୍ତାରେ ଟୁରିଷ୍ଟ ପୋଲିସ ପିସିଆର ଭ୍ୟାନକୁ ସଜାଗ ରହିଛି । ପିସିଆର ଭ୍ୟାନରେ ଜିପିଏସ ସିଷ୍ଟମର ସୁବିଧା କରାଯାଇଛି । ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ପିସିଆରରେ ମହିଳା କର୍ମଚାରୀଙ୍କୁ ମୁତୟନ ହୋଇଛନ୍ତି। ଚଳିତ ବର୍ଷ ଓଏମସି ପକ୍ଷରୁ ଟୁରିଷ୍ଟ ପୋଲିସକୁ 8ଟି ପିସିଆର ଭ୍ୟାନ ପ୍ରଦାନ କରାଯିବା ସହ ଡାଏଲ 100 କଣ୍ଟ୍ରୋଲକୁ ଆଧୁନିକକରଣ କରାଯାଇଛି ।

ଆସିଲା ଶୀତ, ବଢିଲେ ପର୍ଯ୍ୟଟକ: କଡା ସୁରକ୍ଷା ସହ ସଜାଗ ପୁରୀ ପୋଲିସ

ସାତପଡାରେ ବୋଟିଂ ଭଡାକୁ ନେଇ ପର୍ଯ୍ୟଟକ ଯେପରି ଶୋଷଣର ଶିକାର ନ ହୁଅନ୍ତି ସେଥିପ୍ରତି ମଧ୍ୟ ସଜାଗ ରହିଛି ପୋଲିସ।ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମଧ୍ୟ ପୋଲିସ ସ୍ବେଚ୍ଛାସେବୀ ମୁତୟନ ହୋଇଛନ୍ତି । ଏପରିକି ପୁରୀର ବିଭିନ୍ନ ପ୍ରମୁଖ ସ୍ଥାନରେ ପୋଲିସ ପକ୍ଷରୁ ବିଭିନ୍ନ ସଚେତନତା ବାର୍ତ୍ତା ଦିଆଯିବା ସହ ପୋଲିସ କଣ୍ଟ୍ରୋଲ ରୁମ ନମ୍ବର ପ୍ରଦର୍ଶନ ନିମନ୍ତେ ହୋଡିଂ ଲଗାଯିବ। ପର୍ଯ୍ୟଟକଙ୍କୁ ଶୋଷଣ ତଥା ଦୁର୍ବ୍ୟବହାର କଲେ ଉକ୍ତ ବ୍ୟକ୍ତି ବିଶେଷ ବିରୋଧରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠନ ନେବ ବୋଲି ପୁରୀ ଏସପି ସତର୍କ କରାଇ ଦେଇଛନ୍ତି।

ସେପଟେ, ପର୍ଯ୍ୟଟକ କିଭଳି ସୁରକ୍ଷିତ ରହିବେ ସେ ନେଇ ହୋଟେଲ ପକ୍ଷରୁ ମଧ୍ୟ ସଚେତନତା କରାଯାଉଥିବା ହୋଟେଲ ଆସୋସିଏସନ ପକ୍ଷରୁ କୁହାଯାଇଛି । ସେହିପରି ପୋଲିସ ହେଲ୍ପ ଲାଇନ ନମ୍ବରକୁ ସମସ୍ତ ହୋଟେଲ ରିସେପସନରେ ଦିଆଯାଇଛି । ଚଳିତ ବର୍ଷ ଡିସେମ୍ବର-ଜାନୁଆରୀ ପାଇଁ 80 ପ୍ରତିଶତ ହୋଟେଲ ବୁକିଂ ସରିଥିବା ଜଣାପଡିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପର୍ଯ୍ୟଟକ ଙ୍କ ସୁରକ୍ଷା ନେଇ ପୁରୀ ପୋଲିସ ର ପ୍ରସ୍ତୁତିBody:Vo1,, ଆସିଗଲାଣି ପର୍ଯ୍ୟଟନ ଋତୁ । ପ୍ରଭୂ ଶ୍ରୀଜଗନ୍ନାଥ ଦର୍ଶନ ଏବଂ ପୁରୀ ବେଳାଭୂମିରେ ସମୁଦ୍ର ସ୍ନାନ ର ମଜା ଓ ପୁରୀ ଜିଲାର ବିଭିନ୍ନ ସ୍ଥାନ ବୁଲିବାକୁ ଧୀରେ ଧୀରେ ପର୍ଯ୍ୟଟକ ଙ୍କ ଆଗମନ ହେବାରେ ଲାଗି ଲାଣି। ତେବେ ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତି ହୋଇ ସାରି ଲାଣି ପୁରୀ ପୋଲିସ। ଟୁରିଷ୍ଟ ପୋଲିସ ବିଭାଗ କୁ ସୁଦୃଢ଼ ସହ ଅତ୍ୟାଧୁନିକ କରାଯାଇଛି। ପର୍ଯ୍ୟଟକ ମାନଙ୍କୁ କୀଭଳି ସହାୟତା ଟୁ ରିଷ୍ଟ ପୋଲିସ ଦେଇ ପାରିବେ ସେ ନେଇ 15 ଦିନିଆ ଟ୍ରେନିଂ ଦିଆଯାଇଛି। ସେହିପରି ପୁରୀ କୋଣାର୍କ ଏବଂ ପୁରୀ ସାତପଡ଼ା ରାସ୍ତାରେ ଟୁରିଷ୍ଟ ପୋଲିସ pcr ଭ୍ୟା ନ କୁ ସଜାଗ ରଖାଯାଇଛି। pcr ବ୍ୟାନ ଗୁଡିକ gps ସିଷ୍ଟମ ଲଗାଯାଇଛି। ସେହିପରି । ସେହିପରି ଡାଏଲ 100 କଣ୍ଟ୍ରୋଲ କୁ ଆଧୁନିକ ରଣ କରାଯାଇଛି। ଯେ କୌଣସି ମୁହୂର୍ତ୍ତରେ ପର୍ଯ୍ୟଟକ ମାନେ ଡାଏଲ 100 କୁ ଫୋନ କରି ସହାୟତା ମାଗି ପାରିବେ। ଟୁରିଷ୍ଟ ପୋଲିସ pcr ରେ ମହିଳା କର୍ମଚାରୀ ମଧ୍ୟ ମୁତୟନ କରାଯାଇଚି। ଚଳିତ ବର୍ଷ omc 8ଟି pcr ଭ୍ୟା ନ ଟୁରିଷ୍ଟ ପୋଲିସ ପ୍ୟାଟ୍ରୋଲିଂ ପାଇଁ ପ୍ରଦାନ କରିଛି । ସେହିପରି ସାତପଡ଼ା ରେ ବୋଟିଂ ଭଡା କୁ ନେଇ ପର୍ଯ୍ୟଟକ ଶୋଷଣ ର ସମ୍ମୁଖିନ ନ ହୁଅନ୍ତି ପୋଲିସ ସତର୍କ ରହିଛି। ବିଭିନ୍ନ ଟୁର ଅପରେଟର, ହୋଟେଲ ,ସହିତ ଆଲୋଚନା ହୋଇଛି। ସି ବିଚ ରେ ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ପୋଲିସ ସ୍ୱଚ୍ଛସେବୀ ଙ୍କୁ ମୁତୟନ କରାଯାଇଛି। ସେହିପରି ପୁରୀ ସହରର ବିଭିନ୍ନ ପ୍ରମୁଖ ଜାଗା ଗୁଡିକ ରେ ପୋଲିସ ପକ୍ଷରୁ ବିଭିନ୍ନ ସଚେତନତା ବାର୍ତା ସହିତ ପୋଲିସ କଣ୍ଟ୍ରୋଲ ରୁମ ନମ୍ବର ପ୍ରଦର୍ଶନ ନିମନ୍ତେ ହୋଡ଼ିଂ ଲଗାଯିବ। ପର୍ଯ୍ୟଟକ ଙ୍କୁ ଶୋଷଣ ତଥା ଦୁର୍ବ୍ୟବହାର କଲେ ଉକ୍ତ ବ୍ୟକ୍ତି ବିଶେଷ ବିରୋଧ ରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲୀ ପୁରୀ ଏସପି ସତର୍କ କରାଇ ଦେଇ ଛନ୍ତି।

ବାଇଟ,1, ଉମାସକର ଦାସ ,, ପୁରୀ ଏସପି

Vo2,, ଡିସେମ୍ବର ଓ ଜାନୁଆରୀ ଦୁଇ ମାସ ପୁରୀ ରେ ପାର୍ଯ୍ୟଟକ ବେଶ ଭିଡ଼ ହୋଇ ଥାଏ। ଜଗନ୍ନାଥ ଦର୍ଶନ, ସମୁଦ୍ର ସ୍ନାନ , ଓ ନୂଆ ବର୍ଷ କୁ ସ୍ୱାଗତ କରିବା ପାଇଁ ଦେଶ ବିଦେଶ ରୁ ପର୍ଯ୍ୟଟକ ପୁରୀ ଆସିଥାନ୍ତି। ତେବେ ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ମଧ୍ୟ ପୁରୀ ହୋଟେଲ ଆସୋସିସନ ପ୍ରସ୍ତୁତି ସରିଛି। ପର୍ଯ୍ୟଟକ ମାନେ କୀଭଳି ସୁରକ୍ଷିତ ରହିବେ ସେ ନେଇ ହୋଟେଲ ପକ୍ଷରୁ ସଚେତନ କରାଯାଉଥିବା ହୋଟେଲ ଆସୋସିସନ କହିଛି। ସେହିପରି ପୋଲିସ ହେଲ୍ପ ଲାଇନ ନମ୍ବର ମଧ୍ୟ ସବୁ ହୋଟେଲ ରିସେପସନ ରେ ଦିଆଯାଇଛି। ତେବେ ଡିସେମ୍ବର ଓ ଜାନୁଆରୀ ପାଇଁ ପୁରୀ ର 80 ପ୍ରତିଶତ ହୋଟେଲ ବୁକିଂ ସାରିଥିବା ହୋଟେଲ ଆସୋସିସନ କହିଛି।

ବାଇଟ,, 2,, ରାଜ କିଶୋର ପାତ୍ର,, ସଭାପତି, ପୁରୀ ହୋଟେଲ ଆସୋସିଏସନ

Fvo,, ପୁରୀ ରେ ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ପୁରୀ ବାସିନ୍ଦା ଙ୍କ ଏଥିରେ ସହଯୋଗ ରହିଲେ ପର୍ଯ୍ୟଟକ ମାନେ ଏକ ଭଲ ସ୍ମୃତି ନେଇ ଫେରିବା ଆଶା କରାଯାଉଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.