ETV Bharat / city

୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

author img

By

Published : May 14, 2022, 6:20 PM IST

୩ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ତେବେ ଏହି ଘଟଣା ପରେ ପୁରୀ ପୋଲିସ ଓ ଏସଟିଏଫକୁ ମିଳିଛି ବଡ଼ ସଫଳତା । ଅଧିକ ପଢ଼ନ୍ତୁ

୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ
୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ

ପୁରୀ : ଧରା ହେଲା ୩ କେଜିର ବ୍ରାଉନସୁଗାର । ଯାହାର ଆନୁମାନିକ ବଜାର ମୂଲ୍ୟ ତିନି କୋଟିରୁ ଅଧିକ ଟଙ୍କା । ବ୍ରାଉନସୁଗାର କିଙ୍ଗପିନ୍ ନଣ୍ଡା ଓରଫ ସୁଶାନ୍ତ ପଟ୍ଟନାୟକ ସହ ତାର ଅନ୍ୟ ଦୁଇ ସହଯୋଗୀ ରାଜ କିଶୋର ସାହୁ, ମାନସ ସାହୁକୁ ଗିରଫ କରିଛି ବାସେଳୀ ସାହି ଥାନା ପୋଲିସ । ଏକ ବିଶେଷ ସୂତ୍ରରୁ ଖବରପାଇ ଗତ ପାଞ୍ଚ ଦିନ ହେବ ପୋଲିସ ଓ ଏସଟିଏଫ ଟିମ୍ ଅଭିଯୁକ୍ତଙ୍କ ଉପରେ କଡା ନଜର ରଖିଥିବାବେଳେ ଆଜି ସକାଳୁ ଏହି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ।

୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ

ଅଭିଯୁକ୍ତମାନେ ବ୍ରାଉନସୁଗାର ବ୍ୟବସାୟ ପାଇଁ ପୁରୀ ଆସୁଥିବାବେଳେ ମଙ୍ଗଳାଘାଟ ଛକ ଠାରେ ପୋଲିସ ଏମାନଙ୍କୁ ଧରିଥିଲା । ଏମାନଙ୍କ ଠାରୁ ପୋଲିସ ୩ କେଜି ୧୯୨ ଗ୍ରାମର ବ୍ରାଉନସୁଗାର, ୨୦ହଜାର ନଗଦ ଟଙ୍କା, ଚାରୋଟି ମୋବାଇଲ ଫୋନ, ଗୋଟିଏ ଟଙ୍କା ଗଣତି ମେସିନ୍, ଗୋଟିଏ କାର୍‌ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ତେବେ ମୁଖ୍ୟ କିଙ୍ଗପିନ୍ ନଣ୍ଡା ଓ ତାର ସହଯୋଗୀ ଏହି ବ୍ରାଉନସୁଗାର କେଉଁଠୁ ଆଣୁଥିଲେ ଏବଂ କାହାକୁ ବିକ୍ରି କରୁଥିଲେ ସେ ନେଇ ଅଭିଯୁକ୍ତ ମାନଙ୍କୁ ତିନିଦିନିଆ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି କନୱର ବିଶାଳ ସିଂ କହିଛନ୍ତି । ସେହିପରି ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସିଟି ଡିଏସପିଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଗତ ସାଢେ ଚାରିମାସ ଭିତରେ ୪କେଜି ୮ଶହ ଗ୍ରାମ ପୋଲିସ ବ୍ରାଉନସୁଗାର ଜବତ କରିଥିବାବେଳେ ମୋଟ ୩୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.