ETV Bharat / city

ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ସ୍ଥିତି ସମୀକ୍ଷା କଲେ ନଗର ଉନ୍ନୟନ୍ନ ମନ୍ତ୍ରୀ

author img

By

Published : Jul 31, 2021, 4:52 PM IST

ପଞ୍ଚାୟତରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୁରୀ ଗସ୍ତରେ ଆସି ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ସ୍ଥିତି ପରଖିଛନ୍ତି । ଆଉ ଏହା ଦ୍ବାରା ପୁରୀ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ନେଇ ସୂଚନା ଦେଲେ ମନ୍ତ୍ରୀ । ଅଧିକ ପଢନ୍ତୁ...

ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ସ୍ଥିତି ସମୀକ୍ଷା କଲେ ନଗର ଉନ୍ନୟନ୍ନ ମନ୍ତ୍ରୀ
ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ସ୍ଥିତି ସମୀକ୍ଷା କଲେ ନଗର ଉନ୍ନୟନ୍ନ ମନ୍ତ୍ରୀ

ପୁରୀ: ଡ୍ରିଙ୍କ ଫ୍ରମ୍ ଟ୍ୟାପ ଯୋଜନାର ସମୀକ୍ଷା କରିଛନ୍ତି ପଞ୍ଚାୟତିରାଜ ଓ ନଗର ଉନ୍ନୟନ୍ନ ମନ୍ତ୍ରୀ ପ୍ରତାପ ଜେନା । ଗତ ୨୬ରେ ଦେଶର ପ୍ରଥମ ସହର ଭାବେ ପୁରୀରେ ଶୁଭାରମ୍ଭ ହୋଇଥିଲା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା । ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବେ ଏହାକୁ ଲୋକାର୍ପଣ ମଧ୍ୟ କରିଥିଲେ । ଆଜି (ଶନିବାର) ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୁରୀ ଗସ୍ତରେ ଆସି ଜଳର ମାନ ପରଖିବା ସହ ସମୀକ୍ଷା କରିଛନ୍ତି । ନିଜେ ବଡଦାଣ୍ଡରେ ଥିବା ଏକ ଟ୍ୟାପରୁ ଏହି ପାଣି ପିଇଛନ୍ତି ।

ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ କହିଛନ୍ତି ଦେଶର ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଛି । ସେପଟେ ଏହି ଯୋଜନା ମାଧ୍ୟମରେ ଅଢେଇ ଲକ୍ଷ ପୁରୀ ସହରବାସୀ ଓ ପ୍ରତିବର୍ଷ ଦୁଇକୋଟି ପର୍ଯ୍ୟଟକ ଉପକୃତ ହେବା ନେଇ ଆକଳନ କରିଛନ୍ତି ମନ୍ତ୍ରୀ । ଏଥିସହିତ ପୁରୀ ସହର ମଧ୍ୟରେ ବାର୍ଷିକ ୪କୋଟି ପ୍ଲାଷ୍ଟିକ ବୋତଲ ମୁକ୍ତ ହେବା ନେଇ ସୂଚନା ଦେଇଛନ୍ତି ।

ଏନେଇ ରାଜ୍ୟରେ ଆଉ ୧୬ଟି ସହରାଞ୍ଚଳରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ୨୦୨୨ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଉ ଏହା କାର୍ଯ୍ୟକ୍ଷମ ହେଲେ ୪ଲକ୍ଷ ସହରବାସୀ ନିଜ ଘର ଭିତରେ ଲାଗିଥିବା ଟ୍ୟାପରୁ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ସେହିପରି ୨୦୨୪ ସୁଦ୍ଧା ରାଜ୍ୟର ୧୧୪ଟି ସହରାଞ୍ଚଳରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପର କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରଖିଥିବା ନେଇ ପଞ୍ଚାୟତିରାଜ ଓ ନଗର ଉନ୍ନୟନ୍ନ ମନ୍ତ୍ରୀ ସୂଚନା ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.