ETV Bharat / city

OSSCରେ ବ୍ୟାପକ ଦୁର୍ନୀତି ନେଇ ବିଜେପି ଓ କଂଗ୍ରେସର ବିକ୍ଷୋଭ

author img

By

Published : Aug 4, 2021, 4:07 PM IST

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ପିଏସ ବିରଞ୍ଚି ନାରାୟଣ ସାହୁ ଗିରଫ ପରେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ CBI ତଦନ୍ତ ଦାବି କରିଛନ୍ତି ଦୁଇ ଦଳ । ଅଧିକ ପଢନ୍ତୁ...

ରାଜ୍ୟ ଷ୍ଟାଫ ସିଲେକ୍ସନ ବୋର୍ଡ଼ରେ ବ୍ୟାପକ ଦୁର୍ନୀତି ନେଇ ବିଜେପି ଓ କଂଗ୍ରେସର ବିକ୍ଷୋଭ

ପୁରୀ: ରାଜ୍ୟ ଷ୍ଟାଫ ସିଲେକ୍ସନ ବୋର୍ଡ଼ରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ପୁରୀ ସହରର ରାଜରାସ୍ତାକୁ ଓହ୍ଲାଇଛି ଉଭୟ କଂଗ୍ରେସ ଓ ବିଜେପି । ଛାତ୍ର କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରାରେ ହସ୍ପିଟାଲ ଛକରୁ ବାହାରି କଚେରୀ ଛକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଦ୍ବାରା ନ୍ୟାୟିକ ଯାଞ୍ଚ ପାଇଁ ଛାତ୍ର କଂଗ୍ରେସ ଦାବି କରିଛି । ସେହିପରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ସିବିଆଇ ତଦନ୍ତ ନେଇ ଦଳ ଦାବି କରିଛି ।

ସେପଟେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ନାରାୟଣ ସାହୁ ଏକ ମୋହରା ମାତ୍ର । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଉଭୟ ଦଳ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ଓ ଯୁବ ବିଜେପି ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.