ETV Bharat / city

STUDENT STRIKE: ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

author img

By

Published : Feb 3, 2022, 4:10 PM IST

ପୁରୀ ଶତାଧିକ ଛାତ୍ରଛାତ୍ରୀ କାକଟପୁର ମୁଖ୍ୟ ରାସ୍ତାରେ ଦ୍ୱାଦଶ ପରୀକ୍ଷା ବାତିଲ କରିବା ଦାବିରେ ଧାରଣା ଦେଇଛନ୍ତି। ଯଦି ରାଜ୍ୟ ସରକାର ଦାବି ପୂରଣ ନ କରନ୍ତି, ତେବେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

STUDENT STRIKE : ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ପୁରୀ : ଜିଲ୍ଲା କାକଟପୁର, ଅସ୍ତରଙ୍ଗ, ନୟାହାଟର ଶତାଧିକ ଛାତ୍ରଛାତ୍ରୀ କାକଟପୁର ମୁଖ୍ୟ ରାସ୍ତାରେ ଦ୍ୱାଦଶ ପରୀକ୍ଷା ବାତିଲ କରିବା ଦାବିରେ ଧାରଣା ଦେଇଛନ୍ତି। କୋଭିଡ୍ ସ୍ଥିତି ଯୋଗୁଁ ସମସ୍ତ ମହାବିଦ୍ୟାଳୟରେ ପାଠପଢା ପ୍ରାୟ 2 ବର୍ଷ ହେବ ପ୍ରଭାବିତ ହୋଇଆସୁଛି । ମାତ୍ର 6 ରୁ 7 ମାସ ପାଠପଢା ହେବା ପରେ ରାଜ୍ୟ ସରକାର ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା ।

ଏନେଇ ଗୁରୁବାର କାକଟପୁର, ଅସ୍ତରଙ୍ଗ ଓ ନୟାହାଟର ଶତାଧିକ ଛାତ୍ରଛାତ୍ରୀ କାକଟପୁର ମୁଖ୍ୟ ରାସ୍ତାରେ ଧାରଣା ଦେଇଛନ୍ତି । କୋର୍ସ ଶେଷ ହୋଇ ନଥିବାରୁ ପରୀକ୍ଷା ଦେବା ସମ୍ଭବ ନୁହେଁ। ସେଥିପାଇଁ ପରୀକ୍ଷା ବାତିଲ କର ନଚେତ ଘୁଞ୍ଚାଇ ଦିଅ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ଏହାବି ପଢନ୍ତୁ : ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ନୂଆପଡା ACSO

ଯଦି ରାଜ୍ୟ ସରକାର ଏହି ଦୁଇଟି ଦାବିରୁ ଗୋଟିଏ ଦାବି ପୂରଣ ନ କରନ୍ତି। ଆଗାମୀ ଦିନରେ ଆନ୍ଦୋଳନ ସହ ସମ୍ପୂର୍ଣ୍ଣ କାକଟପୁର, ଅସ୍ତରଙ୍ଗ, ରତନପୁର ଓ ନୟାହାଟ ରାଜ ରାସ୍ତା ବନ୍ଦ କରାଯିବ । ଏହାସହ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.