ETV Bharat / city

ଶେଷ ହେଲା ରଥରେ କପଡା ପଡିବା କାର୍ଯ୍ୟ - special cloth work

ଆଉ ଗୋଟିଏ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଶେଷ ହେଲା ରଥରେ କପଡା ପଡିବା କାର୍ଯ୍ୟ । ଅଧିକ ପଢନ୍ତୁ...

ଶେଷ ହେଲା ରଥରେ କପଡା ପଡିବା କାର୍ଯ୍ୟ
ଶେଷ ହେଲା ରଥରେ କପଡା ପଡିବା କାର୍ଯ୍ୟ
author img

By

Published : Jul 10, 2021, 10:55 PM IST

ପୁରୀ: ଆଉ ଗୋଟିଏ ଦିନ ପରେ ରଥଯାତ୍ରା । ଏନେଇ ତିନି ରଥରେ କନା ପଡିବା କାର୍ଯ୍ୟ କୋଠ ସୁଆଁସିଆ ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଛି । ତିନି ରଥର ଦୁଆର ବେଢାରେ କନା ପଡିଛି । ଶନିବାର ତିନି ରଥର ଦୁଆର ବେଢାଗୁଡିକରେ ରାହୁମୁଖ, କଦଳୀ ଗଛ, ମତ୍ସ୍ୟ, କଚ୍ଛପ ଏବଂ ମଗର ବତାର ଦୁଇପାର୍ଶ୍ୱରେ ପିତଳ ମଗର ସହ ଶଙ୍ଖ, ତୂରୀ ବଜାଇବା ମୁଦ୍ରାରେ ପରୀ ପିତ୍ତଳ ସଜମାନ ବସାଯାଇଛି ।

ଶେଷ ହେଲା ରଥରେ କପଡା ପଡିବା କାର୍ଯ୍ୟ

ଏଥିସହ ତିନିରଥର କନକ ମୁଣ୍ଡିରେ ପିତଳ ସଜମାନ ଫିଟିଙ୍ଗ କରାଯାଇ କନା ପଡିବା କାର୍ଯ୍ୟ ଶେଷ ହୋଇଛି । ରବିବାର ପ୍ରତିପଦ, ମହାପ୍ରଭୁଙ୍କ ଗୋପାଳ ବଲ୍ଲବ ଓ ସକାଳଧୂପ ନିର୍ଘଣ୍ଟ ପ୍ରକାରେ ସକାଳ ୮.୩୦ରେ ସମ୍ପନ୍ନ ହୋଇ ୮.୪୫ ରେ ରଥକୁ ଆଜ୍ଞାମାଳ ବିଜେ ନୀତି ପରେ ତିନି ରଥର ଚକ ଅଖରେ ତୈଳ ଲାଗି ହେବ ଏବଂ ରଥ ସିଂହଦ୍ୱାର ଯିବା ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.