ETV Bharat / city

ଶ୍ରୀମନ୍ଦିର ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ, ସେବାୟତ ମହଲରେ ସ୍ବାଗତ

author img

By

Published : Jun 3, 2022, 1:34 PM IST

ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ଜାରି ରହିବା ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସେବାୟତ ମହଲରେ ଏହାକୁ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ, ସେବାୟତ ମହଲରେ ସ୍ବାଗତ
ଶ୍ରୀମନ୍ଦିର ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ, ସେବାୟତ ମହଲରେ ସ୍ବାଗତ

ପୁରୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ (Shri Mandir Heritage Project) ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିଛି । କୋର୍ଟ ମାମଲାଟିକୁ ରଦ୍ଦ କରିବା ସହ ଆବେଦନ କାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି । ଏହି ରାୟକୁ ସେବାୟତ ମହଲରେ ସ୍ବାଗତ କରାଯାଇଛି । ସୁପ୍ରିମକୋର୍ଟରେ ବିରୋଧୀଙ୍କୁ ମହାପ୍ରଭୁ ଉଚିତ ଜବାବ ଦେଇଛନ୍ତି ବୋଲି ସେବାୟତମାନେ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରକଳ୍ପ ସପକ୍ଷରେ ଥିବା ବରିଷ୍ଠ ସେବାୟତ ମାନେ ଖୁସି ପ୍ରକଟ କରିଛନ୍ତି । ମହାପ୍ରଭୁଙ୍କ କାର୍ଯ୍ୟକୁ ଯେଉଁଭଳି ଭାବରେ କିଛି କୁଚକ୍ରୀ ବାଧା ଉପୁଜାଇବା ପାଇଁ ଉଦ୍ୟମ କରିଥିଲେ ତାହାର ସ୍ବୟଂ ମହାପ୍ରଭୁ ଉଚିତ ଜବାବ ଦେଇଛନ୍ତି । ଏଣିକି ମହାପ୍ରଭୁଙ୍କ କାର୍ଯ୍ୟରେ ସମସ୍ତେ ସହଯୋଗ କରିବାକୁ ବରିଷ୍ଠ ସେବାୟତ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟ ଆଉ ଅଟକିବ ନାହିଁ । ଖୁବଶୀଘ୍ର କାର୍ଯ୍ୟ ଶେଷ ହେବ ବୋଲି ବରିଷ୍ଠ ସେବାୟତମାନେ ଆଶା ପ୍ରକଟ କରିଛନ୍ତି ।

ଏହା ବି ପଢନ୍ତୁ- Sri Mandir Heritage Row: ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ବିଜୟ, ଜାରି ରହିବ ପ୍ରକଳ୍ପ କାର୍ଯ୍ୟ

ତେବେ ସୂଚନା ଥାଉ କି, ସର୍ବୋଚ୍ଚ ନ୍ୟାୟାଳୟ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିବା ଉପରେ ଗ୍ରୀନ ସିଗନାଲ୍‌ ଦେଇଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭକ୍ତଙ୍କ ସୁବିଧା ପାଇଁ କରାଯାଉଛି । ଏଣୁ ପ୍ରକଳ୍ପକୁ ବେଆଇନ କହି ସୁପ୍ରିମକୋର୍ଟରେ ମାମଲା କରିବା ଦ୍ବାରା କୋର୍ଟ ଖପ୍ପା ହୋଇଛନ୍ତି । କୋର୍ଟଙ୍କ ବହୁ ମୂଲ୍ୟ ସମୟ ନଷ୍ଟ କରିବାକୁ ନେଇ ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଉପରେ ବିରକ୍ତି ଭାବ ପ୍ରକାଶକରି ଜୋରିମାନା ଲଗାଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.