ETV Bharat / city

ଶ୍ରୀମନ୍ଦିରରେ ସେବାୟତଙ୍କ ପାଇଁ ଲାଗୁ ହେଲା ଡ୍ରେସକୋଡ଼, ନିଷ୍ପତ୍ତିକୁ ଭକ୍ତଙ୍କ ମହଲରେ ସ୍ବାଗତ - ପୁରୀ ଜିଲ୍ଲା ଖବର

ଆଜି ଠାରୁ ମହାପ୍ରଭୁଙ୍କ ସେବା ତଥା ଗର୍ଭଗୃହକୁ ପ୍ରବେଶ କରୁଥିବା ସେବାୟତ ପିନ୍ଧିବେ ଡ୍ରେସକୋଡ । ଆସନ୍ତା ୪ ତାରିଖରୁ ଶ୍ରୀମନ୍ଦିରର ସମସ୍ତ କର୍ମଚାରୀଙ୍କ ପାଇଁ ଲାଗୁ ହେବ ଏହି ବ୍ୟବସ୍ଥା । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ ସେବାୟତଙ୍କ ପାଇଁ ଲାଗୁ ହେଲା ଡ୍ରେସକୋଡ଼

author img

By

Published : Oct 21, 2021, 8:50 PM IST

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ତଥା ଗର୍ଭଗୃହକୁ ପ୍ରବେଶ କରୁଥିବା ସେବାୟତଙ୍କ ପାଇଁ ଡ୍ରେସ କୋଡ ଲାଗୁ କରାଯାଇଛି । ପାରମ୍ପରିକ ବସ୍ତ୍ର ପରିଧାନ କରି ସେବାୟତମାନେ ଆଜି ଠାରୁ ଶ୍ରୀମନ୍ଦିର ସେବା କାର୍ଯ୍ୟ କରିବେ । ଆସନ୍ତା ୪ ତାରିଖ ଅର୍ଥାତ ଦୀପାବଳୀ ପରଦିନ ଠାରୁ ଶ୍ରୀମନ୍ଦିର ଭିତରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଡ୍ରେସକୋଡ ଲାଗୁ କରାଯିବ । ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହେବା ପରେ ଏହାକୁ ଲାଗୁ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ସେବାୟତଙ୍କ ପାଇଁ ଲାଗୁ ହେଲା ଡ୍ରେସକୋଡ଼

ତେବେ ଏହି ଡ୍ରେସକୋଡ ବ୍ୟବସ୍ଥା ଦ୍ବାରା ସେବାୟତଙ୍କ ଗାରିମା ବଢିବା ସହ ଶ୍ରୀମନ୍ଦିର ପରିସର ମଧ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ । ଆଗାମୀ ଦିନରେ ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ପାରମ୍ପରିକ ପୋଷାକ ପାରିଧାନ ଲାଗୁ ନେଇ ବିଚାରବିମର୍ଶ ଚାଲିଛି । ଗତ ଛତିସା ନିଯୋଗ ବୈଠକରେ ଏହି ଡ୍ରେସକୋଡ଼ ବ୍ୟବସ୍ଥା ଲାଗୁ ନେଇ ନିଷ୍ପତ୍ତି ହୋଇଥିଲା ।

ଅନେକ ସମୟରେ ସେବାୟତମାନେ ପାରମ୍ପରିକ ପୋଷାକ ନପିନ୍ଧି ଗର୍ଭଗୃହକୁ ପ୍ରବେଶ କରୁଥିବା ହେତୁ ମନ୍ଦିର ଭିତରେ ଆଧ୍ୟାତ୍ମିକ ବାତାବରଣ ଭଙ୍ଗ ହେଉଥିବା ଅଭିଯୋଗ ହୋଇଆସୁଥିଲା। ସେହିପରି କେତେକ ଶ୍ରଦ୍ଧାଳୁ ମଧ୍ୟ ଉଚିତ ଢଙ୍ଗରେ ପୋଷାକ ନପିନ୍ଧି ମନ୍ଦିରକୁ ପ୍ରବେଶ କରୁଥିବା ହେତୁ ଏହା ଉପରେ ନିୟମ କରିବା ପାଇଁ ସେବାୟତ ଓ ଭକ୍ତ ମହଲରେ ପୂର୍ବରୁ ଦାବି ମଧ୍ୟ ହୋଇ ଆସୁଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.