ପୁରୀ: ଚଳିତ ବର୍ଷ ବି ବିନା ଭକ୍ତରେ ହେବ ରଥଯାତ୍ରା । ଭକ୍ତ ଶୂନ୍ୟ ରହିବ ବଡଦାଣ୍ଡ ଓ ଛାତ ଉପରେବି ରଥଯାତ୍ରା ଦେଖି ପାରିବେନି ଶ୍ରଦ୍ଧାଳୁ । ଚଳିତ ବର୍ଷ ମଧ୍ୟ ରଥଯାତ୍ରାରେ କୋଭିଡ ଗାଇଡଲାଇନକୁ କଡାକଡି କରାଯିବ। ଏନେଇ ସମ୍ପୂର୍ଣ୍ଣ ବଡଦାଣ୍ଡରେ 144 ଧାରା ଲାଗୁ ହେବ। ସେହିପରି ବଡ଼ଦାଣ୍ଡରେ ଥିବା ଘର ଗୁଡିକର ଛାତ ଉପରେ ମଧ୍ୟ ଏହି 144 ଧାରା ଲାଗୁ ହେବ । ଘରର ମାଲିକ ମଧ୍ୟ ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖି ପାରିବେ ନାହିଁ।
ସେହିପରି ବଡଦାଣ୍ଡରେ ଥିବା ସମସ୍ତ ହୋଟେଲ, ଲଜକୁ ମଧ୍ୟ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରାଯିବ । ଏବଂ କୌଣସି ବୁକିଂ ହୋଇ ପାରିବ ନାହିଁ। ସେପଟେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ପାଇଁ ପୁରୀ ସହରକୁ 12 ଟି ଜୋନରେ ବିଭକ୍ତ କରାଯାଇଛି । ସହରର ପ୍ରବେଶ ପଥ ସିଲ ରହିବ । ତେବେ ରଥଯାତ୍ରା ଅୟୋଜନ ନେଇ ପ୍ରଶାସନ ପକ୍ଷରୁ ଯେଉଁ ବ୍ୟବସ୍ଥା ହୋଇଛି ପୁରୀ ସହରବାସୀ ପାଳନ କରିବାକୁ ପୁରୀ ଜିଲ୍ଲାପାଳ ଓ ଏସପି ଅନୁରୋଧ କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ